jayashree

୧୦୦ ଦିନର ପଦକ୍ଷେପ ସ୍ୱରୂପ ୨୦୨୫ ସୁଦ୍ଧା ଟି.ବି. ମୁକ୍ତ ଭାରତ ପାଇଁ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ୧୦୦ ଦିନର ପଦକ୍ଷେପ ସ୍ୱରୂପ ଟି.ବି. ନିରାକରଣ ଅଭିଯାନ ଶନିବାର ଶୁଭାରମ୍ଭ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩୪୭ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବାର ସଫଳ ରୂପାୟନ ସ୍ୱରୂପ ପ୍ରୟାସ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ପ୍ରଥପ୍ରାନ୍ତ ନାଟକ, ବାଦ୍ୟଯନ୍ତ୍ର ମାଧ୍ୟମରେ ଶୋଭାଯାତ୍ରା, ରାଲି କରାଯାଇ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଛି । ୨୦୨୫ ସୁଦ୍ଧା ସମଗ୍ର ଭାରତ ବର୍ଷରେ ଯକ୍ଷ୍ମା ରୋଗର ନିରାକରଣ ଅଭିଯାନ ଅବା ଟି.ବି. ମୁକ୍ତ ଭାରତ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏନେଇ ସଭା ସମିତି ମାଧ୍ୟମରେ ଏବଂ ଜନ ସଚେତନତା କାର୍ଯ୍ୟକ୍ରମକୁ ଜୋର୍‌ଦାର୍‌ କରାଯିବା ନେଇ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ୧୦୦ ଦିନର ପଦକ୍ଷେପ ସ୍ୱରୂପ ଟି.ବି. ନିରାକରଣ ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୀରଣ କୁମାରୀ ଦାସ, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ଛତ୍ରପୁର ବିଧାୟକଙ୍କ ପ୍ରତିନିଧି ବନଜ ନାହକ, ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ଉପଖଣ୍ଡ ସ୍ତରୀୟ ଟି.ବି. ନିରୀକ୍ଷକ ପ୍ରଭାତ କୁମାର ସାହୁ, ବ୍ଲକ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯକ୍ଷ୍ମା ବିଭାଗରେ କାର୍ଯ୍ୟରତ ଟି.ବି. ଚାମ୍ପିୟାନ୍ ମୁନା ବେହେରା, ବିଶିକେଶନ ଦାସ ଓ ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀଙ୍କୁ ମାନପତ୍ର ସହ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷୀକ ଡାକ୍ତର ସ୍ଵାଧୀନ ରଥ ଭୟାବହ ରୋଗ ଯକ୍ଷ୍ମା ରୋଗର ଲକ୍ଷଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ ଏବଂ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.