jayashree

ବଡ଼ମାଧପୁର ଗ୍ରାମ ପଞ୍ଚାୟତରେ ଟି.ବି. ମୁକ୍ତ ଭାରତ ଅଭିଯାନ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମପଞ୍ଚାୟତରେ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହେଇଯାଇଛି । ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ସ୍ଵାଧୀନ ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏକ ମେଗା ସ୍ଵାସ୍ଥ୍ୟ ସଚେତନତା ଶିବିର ଆୟୋଜନ ହୋଇ ରାଜଯକ୍ଷ୍ମା ତଥା ଟି.ବି. ରୋଗର ପାଦୃଭାବ, ଲକ୍ଷଣ, ନିବାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରଯାଇଛି । ବ୍ଲକ୍ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର୍ ସାହୁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଡିସେମ୍ବର ୭ ତାରିଖ ଠାରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଟି.ବି. ମୁକ୍ତ ଭାରତ ଅଭିଯାନର ୧୦୦ ଦିନର ପଦକ୍ଷେପ ନିମନ୍ତେ ସଫଳ ରୂପାୟନ କରିବା ଦିଗରେ ବଳିଷ୍ଠ ଉଦ୍ୟମ ଜାରୀ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ଲିଲି ଦାସ, ପ୍ରଭାତ କୁମାର ପଣ୍ଡା, ୟୁଥ୍ କ୍ଲବ୍ ସଭାପତି ଏସ୍. ଯୁଧିଷ୍ଟିର ରେଡ୍ଡୀ, ଆୟୁଷ ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ରାଓ , ଫାର୍ମାସିଷ୍ଟ ଦିଲୀପ ନାୟକ , ଟି.ବି. ଚାମ୍ପିୟାନ ମୁନା ବେହେରା, ଟିବି ଚାମ୍ପିୟାନ ବିସିକେଶନ ଦାସ, ଟିବି ଚାମ୍ପିୟାନ ଲକ୍ଷ୍ମୀଧର ଦାସ, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ, ସମସ୍ତ ଆଶା ଦିଦିଙ୍କ ସହ ସଫେଇ କର୍ମଚାରୀ ଏବଂ ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଶ୍ୟାମା କାଳୀ ଯୁବ ସଂଘର ସମସ୍ତ ସଦସ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.