ଛତ୍ରପୁର ଏନ୍. ଏ. ସି. ବୈଠକରେ ତାତିଲେ କାଉନ୍‌ସିଲର୍‌

  • ନିର୍ବାହୀ ଅଧିକାରୀଙ୍କୁ କଡା-ସମାଲୋଚନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍. ଏ. ସି.ର ଉନ୍ନୟନ ମୂଳକ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି । ବର୍ତ୍ତମାନ ଅବସ୍ଥାପିତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଫିସରେ ଠିକ୍ ଭାବେ ରହୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହୁଏ । ସ୍ୱାୟତ୍ତ ଶାସନ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଛତ୍ରପୁର ଏନ୍. ଏ. ସି.ର ସମ୍ମିଳନୀ କକ୍ଷରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପୁରୁଣା କାର୍ଯ୍ୟଗୁଡ଼ିକ ଖୁବ୍ ଶୀଘ୍ର ସମ୍ପନ୍ନ କରିବା ଦିଗରେ କାର୍ଯ୍ୟନିର୍ବାହୀ ଅଧିକାରୀ ସକ୍ରିୟ ହେଉନାହାଁନ୍ତି । ସମସ୍ତ ୧୪ଟି ୱାର୍ଡ଼ ଗୁଡ଼ିକରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକ କିପରି ଚାଲିଛି, ସେ ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳ ଗୁଡ଼ିକ ଅନୁଧ୍ୟାନ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ଏବଂ କାଉନ୍‌ସିଲର୍‌ମାନଙ୍କ ସହ ଯୋଗାଯୋଗ କରିବାରେ, ଘନିଷ୍ଠ ସମ୍ପର୍କତା ଭିତ୍ତିରେ ସହଯୋଗ ରକ୍ଷାରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ବୈଠକରେ କାଉନ୍‌ସିଲର୍‌ କେ. ରମେଶ ପ୍ରତିବାଦ କରିଥିଲେ । ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯେମିତି ସହଯୋଗ ରକ୍ଷାକଲା ଭଳି ଏ ସାର୍ କରୁନଥିବା ବୈଠକରେ କାଉନ୍‌ସିଲରମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅର୍ପଣରଥ ପରିକ୍ରମଣର ଖର୍ଚ୍ଚ ଓ ହିସାବ କଥା ମଧ୍ୟ କାଉନ୍‌ସିଲର ମତ ଉଠି ଥିଲା । ପ୍ରକାଶ ଥାଉକି, ସହରରେ ନାଳ, ରସ୍ତାଘାଟ, ପୋଖରୀ ଖନନ ଓ ତାହାର ପୁନଃରୁଦ୍ଧାର କାର୍ଯ୍ୟ, ମାର୍କେଟ କମ୍ପ୍ଲେକ୍ସ, ଭେଣ୍ଡିଂଜୋନ୍ ଆଦି ଅଧାପନ୍ତରିଆ ହୋଇ କାର୍ଯ୍ୟ ଚାଲୁ ରହିଛି । ବୈଠକରେ ନିର୍ବାହୀ ଅଧିକାରୀଙ୍କୁ କଡା-ସମାଲୋଚନା କରିଛନ୍ତି । ସାର୍ ଅଫିସ୍‌ରେ ଠିକ୍ ଭାବେ ରହୁ ନାହାଁନ୍ତି ବୋଲି ଚେୟାରମ୍ୟାନ୍‌ ଆଗରେ କାଉନ୍‌ସିଲର୍‌ କେ. ରମେଶଙ୍କ ସମେତ ଅନ୍ୟମାନେ ଦୃଢ଼ ମତବ୍ୟକ୍ତ କରିଛନ୍ତି ଏବଂ କାଉନସିଲର୍‌ମାନେ ଅସନ୍ତୋଷର କ୍ଷୋଭ ପ୍ରକାଶ କରିଥିବା ଦେଖାଦେଇଛି । ସାର୍ ଆସିବା ଦିନ ଠାରୁ ଏନ୍. ଏ. ସି.ର ସବୁ କାର୍ଯ୍ୟ ଢିଲା ହୋଇ ପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ ଛତ୍ରପୁର ଏନ୍. ଏ. ସି.କୁ ପରିବର୍ଦ୍ଧିତ ସହରରେ ପରିଣତ କରିବା ପାଇଁ ବହୁ ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନଥିପତ୍ର ଦାଖଲ କରାଯାଇଛି । ପ୍ରଶାସନର ଅନୁମୋଦନ ପତ୍ର ଦାଖଲ ପ୍ରକ୍ରିୟା ସରିଯାଇଥିବା ସାଂଗକୁ ଚଳିତ ୨୦୨୪ ସଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଛତ୍ରପୁର ଏନ୍. ଏ. ସି.କୁ ମ୍ୟୁନିସିପାଲଟି ଭାବେ ଘୋଷଣା କରିଥିଲେ ସୁଦ୍ଧା ଏଯାବତ୍ ଏହା ମ୍ୟୁନିସିପାଲଟି ଭାବେ କାର୍ଯ୍ୟକାରୀ ହୋଇପାରି ନଥିବା ଏକ ବିଡମ୍ବନାର ବିଷୟ ହୋଇଛି । ଏ ଦିଗରେ କାର୍ଯ୍ୟନିର୍ବାହୀ ଅଧିକାରୀ, ଚେୟାରମ୍ୟାନ୍‌ ତଥା କାଉନ୍‌ସିଲ ଏବଂ ଛତ୍ରପୁର ସହରର ନେତୃବର୍ଗଙ୍କ ଇଚ୍ଛାଶକ୍ତିର ଅଦ୍ଭାବ ଦେଖାଯାଇଥିବା ନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.