ଏନ୍‌ଏସି ବୈଠକରେ କୌଣସି ତଥ୍ୟ ମାଗିଲେ ମିଳୁନି : ଅଧାରୁ ଉଠି ପଳାଇଲେ କାଉନ୍‌ସିଲର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସିର କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ । ବୈଠକ ଅଧାରୁ ଉଠି ପଳାଇଲେ ୧ ନଂ.ୱାର୍ଡ଼ ର କାଉନସିଲର ଅଜୟ କୁମାର ଦିଗାଳ । ସେ ଅଭିଯୋଗ କରିଛନ୍ତି ଯେ, ବୈଠକରେ କୌଣସି ତଥ୍ୟ ମାଗିଲେ ଦେଉନାହାନ୍ତି । ଆଜିର ଏହି ବୈଠକରେ ଏହି ବିଷୟରେ ପଚାରିଥିଲି କିନ୍ତୁ କର୍ତ୍ତୃପକ୍ଷ କିଛି ଉତ୍ତର ଦେଉନାହାନ୍ତି । କିଛି ତଥ୍ୟ କାଉନସିଲର ହିସାବରେ ଜାଣିବାକୁ ଚାହିଁଲେ କହୁଛନ୍ତି ଆରଟିଆଇ ପକାଇ ତଥ୍ୟ ମାଗ ଦିଆଯିବ ବୋଲି କହୁଛନ୍ତି । ଆରଟିଆଇରେ ମାଗିଲେ ବି ତଥ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି କାଉନସିଲର ଅଜୟ କୁମାର ଦିଗାଳ । ତେଣୁ ଆଜିର ବୈଠକରେ ଏହି ବିଷୟରେ ପଚାରିବାରୁ ଉତ୍ତର ମିଳିନ‌ଥିବା ଓ ଏନଏସିରେ ବ୍ୟାପକ ଦୁର୍ନିତି ହେଉଥିବା ବିଷୟ କାଉନ ସିଲର ଶ୍ରୀ ଦିଗାଳ କହିଛନ୍ତି । ଏହି ବାବଦରେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଏକତୃତିୟାଂଶ ସଭ୍ୟ ଥିଲେ ବୈଠକ ହୋଇପାରିବ । ତେଣୁ ଆଜି ୫ଜଣ କାଉନସିଲର ଥିଲେ ବୈଠକ ହେଲା ଏବଂ ଏଜେଣ୍ଡା ଉପରେ ଆଲୋଚନା ହେବାକୁ କୁହାଗଲା । କିନ୍ତୁ ଏଜେଣ୍ଡା ବାହାର ପଚାରିଥିଲେ ଏବଂ ଏଜଣ୍ଡା ଆଲୋଚନା ହେବାପରେ ସେ ଉପରେ ଆଲୋଚନା କରିବାକୁ କହିଲୁ କିନ୍ତୁ ସେ ବୈଠକ ଅଧାରୁ ଉଠି ପଳାଇଲେ ବୋଲି କହିଛନ୍ତି ।

Leave A Reply

Your email address will not be published.