ଟାଟା ପାୱାର ବିରୁଦ୍ଧରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପ୍ୟାଲେସ ଲାଇନ ସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ଧାରଣା ଦେଇ ଟାଟା ପାୱାର ବିରୁଦ୍ଧରେ ଗର୍ଜିଥିବା ଜଣାପଡିଛି । ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ୍‌ ଓ ମନମୁଖୀ ବିଜୁଳି ବିଲ୍‌ ଆଦାୟ ବିରୁଦ୍ଧରେ ଏହି ଗଣ ଧାରଣା ଆଜି କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ ଅନେକ କଂଗ୍ରେସ ନେତାମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.