ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଭାତପରସୀ ଗ୍ରାମ ନିକଟ ପୋଲର ବୁଲାଣି ଠାରେ ଟମାଟୋ ବୋଝେଇ ଟ୍ରକ ଓଲଟି ଥିବା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସମୟରେ କଲ୍ୟାଣସିଂହପୁର ସଦର ପଞ୍ଚାୟତ ପୂର୍ଣ୍ଣାଭଟା ଠାରୁ ଏପି ୩୯ୟୁଏମ୍ ୭୬୮୧ ନମ୍ବର ବିଶିଷ୍ଟ ଏକ ଭ୍ୟାନରେ ୧୦ ଟନ ଟମାଟୋ ବୋଝେଇ ହୋଇ ଆଦେ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ବୋଲେରକୁ ସାଇଡ ଦେବା ବେଳକୁ ଭାରସାମ୍ୟ ହରାଇ ଭାତପରସୀ ପୋଲ ନିକଟ ବୁଲାଣିରେ ଓଲଟି ପଡିଛି । ଗାଡ଼ିରେ ଦୁଇଜଣ ଚାଳକ ରହିଥିଲେ । ତେବେକାହାରିକୁ କିଛି ହୋଇନଥିବା ଟମାଟୋ ମାଲିକ ଆର୍‌ ବାବି କହିଛନ୍ତି ।

jittmm
Leave A Reply

Your email address will not be published.