oom

ତାରାତାରିଣୀ ଯାତ୍ରାରେ ସାମିଲ ହେଲେ ଛତ୍ରପୁର ସେବା ଦଳ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କର ଚୈତ୍ର ମେଳା ଯାତ୍ରା । ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଛତ୍ରପୁରର ୪୦ଜଣିଆ ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି । ଏହି କ୍ରମରେ ପୂର୍ବରୁ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସମସ୍ତ ସ୍ୱେଚ୍ଛାସେବୀ ମାନେ ଭୋର ୪ଟା ସମୟରେ ମା’ଙ୍କ ପବିତ୍ର ପୀଠରେ ପହଞ୍ଚି ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ସହାୟତା କରିବା, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ସୁଚାରୁ ଦର୍ଶନ କରାଇବା ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ପ୍ରବଳ ଖରା ସମୟରେ ଅଯୋଧ୍ୟା ପରିଡା ଓ କେଦାର ନାୟକ ଶ୍ରଦ୍ଧାଳୁଙ୍କୁ ପାଣି ଛିଞ୍ଚନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି କୁଞ୍ଜ ବିହାରୀ ନାୟକ, ମୁନା ଗୌଡ଼ ଓ ମନୋଜ ମିଶ୍ରଙ୍କ ସହାୟତା ଏହି ଯାତ୍ରାରେ ହଜିଯାଇଥିବା ଏକ କୁନି ପିଲାକୁ ତା’ର ପରିବାର ମିଳିଥିଲା । ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ବେହେରା, ଡ଼ି ସନ୍ତୋଷ ରେଡ୍ଡୀ, ଲସିତ ବରଣ ବେହେରା, ଶିବ ବେହେରା, ସୁଶାନ୍ତ ଗୌଡ଼, ତନ୍ମୟ ବେହେରା ଓ ପି ରାମଚନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ ।

jittmm
Leave A Reply

Your email address will not be published.