centurian jitm

ପୂଜାର୍ଚ୍ଚନା ସହ ମାଁ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ । ସେଠାରେ ଗଞ୍ଜାମ ଜିଲାର ଇଷ୍ଟଦେବୀ ତଥା ବିଶ୍ୱବାବନ୍ଦନୀୟା ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ନୂତନ ପ୍ରକଳ୍ପ ନିର୍ମାଣ ନିମନ୍ତେ ବଡ଼ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମା’ଙ୍କୁ ଦର୍ଶନ କରି ମୋର ପରମ ସୌଭାଗ୍ୟ ମିଳିଲା । ବିକଶିତ, ସମୃଦ୍ଧ ଓଡ଼ିଶା ଗଠନ ଲାଗି ମାଁଙ୍କଠାରେ ପ୍ରାର୍ଥନା କଲି, ଓଡ଼ିଶାବାସୀଙ୍କ ବିକାଶ ନିମନ୍ତେ କାମନା କଲି । ମନ୍ଦିରର ବିକାଶଲାଗି ଗଞ୍ଜାମ ଜିଲ୍ଲାପ୍ରଶାସନର ଅଟକଳ ପ୍ରକାରେ ୩୦ କୋଟି ଟଙ୍କାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାଳୀନରେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିବାବେଳେ ଆସିକା ଏମ୍‌.ପି. ଅନୀତା ଶୁଭଦଶର୍ନୀ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସୀତାରାମ ପାଣୀଗ୍ରାହୀ, ଚିଣ୍ଟୁ ମହାପାତ୍ର, ଜୟନାରାୟଣ ଦାଶ, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାରଗତ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମଥର ପାଇଁ ମା’ଙ୍କ ପୀଠକୁ ଆସି ଦର୍ଶନ କରିଥିବାବେଳେ ପୂଜକମାନେ ମନ୍ଦିର ତଥା ପୀଠ ପରିସରରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.