oom

ତରଭା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୬୨ ଗୋଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ୫୧ ଗୋଟି ବ୍ୟକ୍ତିଗତ ଦରଖାସ୍ତ ଥିବାବେଳେ ୧୧ ଗୋଟି ସାମୁହିକ ଦରଖାସ୍ତ ଥିଲା । ୩ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ଶୁଣାଣି ସମୟ ମଧ୍ୟରେ ଫଏସଲା ହୋଇଥିଲା । ତରଭା ପ୍ରାଣୀ ବିଭାଗକୁ ପରିଚାଳନା ବିରୁଦ୍ଧରେ ଗୋପାଳକ ରମ୍ଭା ସିଣ୍ଢୋଲର ଧର୍ମେନ୍ଦ୍ର ମିଶ୍ର ଓ ସାଥିଙ୍କ ଅଭିଯୋଗ, ଚାଷୀ ନେତା ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱରେ ସରଗଜ, ଦୁବୁଲା, ତୁଲୁଣ୍ଡା,ଅଧିନସ୍ଥ ବାଇଶି ଖଣ୍ଡ ଗ୍ରାମର ଚାଷୀଙ୍କ ପାଇଁ ମେଗା ଜଳସେଚନ ପ୍ରକଳ୍ପ କରିବା ପାଇଁ ଯାହା ଫଳରେ ଗୋଟିଏ ଋତୁର ଧାନ ଫସଲ ସୁନିଶ୍ଚିତ ହୋଇ ପାରିବ ବୋଲି ଅନେକ ଚାଷୀ ଦସ୍ତଖତ ସମ୍ମିଳୀତ ଅନେକ ଚାଷୀ ଦାବୀ ପତ୍ର ପ୍ରଦାନ କରିଥିଲେ । ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗଙ୍ଗାରାମ ବୁଡେକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ କୁମାର ମେହେରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଓ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.