ppurohit

ଜେଏସ୍‌ଏମ୍ କଲେଜର ସ୍ନାତକ ଦିବସ ପାଳିତ : ଜେ.ଏସ୍. ଏମ୍ କଲେଜ ଛାତ୍ର ଅର୍ଚିଷ୍ମାନ ହେଲେ ୟୁନିଭରସିଟି ଟପ୍ପର

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ପତିତପାବନ ଏକାଡେମୀଠାରେ ଜେଏସ୍‌ଏମ୍ କମର୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ନାତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ନମ୍ର ରହିବା, ନିଜ ଉପରେ ବିଶ୍ୱାସ, କଠିନ ପରିଶ୍ରମ ଓ କେବେ ବି ଶିଖିବା ବନ୍ଦ କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଜୀବନର ପରବର୍ତ୍ତୀ ଅଧ୍ୟାୟରେ ପାଦ ଦେବା ସମୟରେ ମନେ ରଖନ୍ତୁ, ଏହା ଶେଷ ନୁହେଁ ବଂର ଆହୁରି କିଛି ବଡ କରିବାର ଆରମ୍ଭ ବୋଲି ସମାବେତ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଇନକମ୍ ଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇ ନିଜ ଜୀବନରେ ଲକ୍ଷ ପ୍ରତି ଏକାଗ୍ର ଓ ଦୃଢ଼ ହେବା ସହ ସଫଳତା ପାଇଁ ନିଜ ଭିତରେ ଥିବା ଜିଜ୍ଞାସାକୁ ବୃଦ୍ଧି କରିବା ଉପରେ ଜୋର୍ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବା ଓଦେଶ ଗଠନରେ ଭାଗ ନେବାକୁ କହି ଉତ୍ସାହିତ କରିଥିଲା । ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଡ.ମନୋଜ କୁମାର ନାଗ ମଂଚାସୀନ ରହି କମର୍ସ ପାଠ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ କ୍ୟାରିୟର ସ୍ରୁଷ୍ଟି କରିବାର ଅନେକ ସୁଯୋଗ ରହିଛି ତେବେ ଅଧ୍ୟବସାୟ ଓ ନିଷ୍ଠା ବଳରେ ସଫଳତାର ଶିଖରକୁ ଛୁଇଁ ହେବ ବୋଲି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । କଲେଜର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷୟିତ୍ରୀ ଡ. ମନସ୍ମିତା ମିଶ୍ର, ନିର୍ଦ୍ଦେଶକ ପୀତବାସ ପଣ୍ଡା, ମୁଖ୍ୟ ଉପଦେଷ୍ଟା ମନୋରଂଜନ ସାହୁ, ବାଣିଜ୍ୟ ବିଭାଗର ମୁଖ୍ୟ ଅଙ୍କିତା ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଜେଏସ୍‌ଏମ୍ କଲେଜରୁ ସଫଳତାର ସହ ଗ୍ରାଜୁଏସନ  ସାର୍ଟିଫିକେଟ୍ ହାସଲ କରିଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଡଗ୍ରୀ, ପ୍ରଶଂସା ପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା । ଜେଏସ୍‌ଏମ୍ କଲେଜର ବାଣିଜ୍ୟ ବିଭାଗର ଛାତ୍ର ଅର୍ଚିସ୍ମାନ ମିଶ୍ର ବାଣିଜ୍ୟ ପରୀକ୍ଷାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଜେଏସ୍‌ଏମ୍ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ, ଅଭିଭାବିକାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.