ppurohit

ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦଙ୍କ ପରଲୋକ

2nd

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ପିତା ତପି ମହାନନ୍ଦ(୮୨)ଙ୍କ ରବିବାର ପୂର୍ବାହ୍ନ ୧୧ଟାରେ ପରଲୋକ ହୋଇଯାଇଛି । ସେ ପ୍ରାଣୀସମ୍ପଦ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ଶର୍ଯ୍ରା ନିକଟରେ ଏକମାତ୍ର ପୁତ୍ର ଟୁନାମଣି, ବୋହୂ, ନାତିନାତୁଣୀଙ୍କ ସହ ସମସ୍ତ ପରିବାର, ଜ୍ଞାତିକୁଟୁମ୍ବ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ, ଲଖନା ସମିତି ସଭ୍ୟ ଭୀମସେନ ବାଗ, ବରିଷ୍ଠ ବିଜେଡି ନେତା ଅମଜାଦ ଖାଁ, ନିର୍ମଳ ଜାନୀଙ୍କ ସହ ସମସ୍ତ ଗ୍ରାମବାସୀ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ଥିଲେ । ସେ ଜଣେ ମେଳାପୀ, ଧର୍ମପରାୟଣ ତଥା ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଟୁନାମଣିଙ୍କ ପୁତ୍ର ଆଜାଦ ମହାନନ୍ଦ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.