jittmm
sonalika

ନିଆଁ ଲାଗି ଜଳିଗଲା ୬ ବଖରା ଘର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ଭଦ୍ରକ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଗୁହାଳ ଘର ସମୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ବେଳେ ଗୋଟିଏ ମୋଟର ସାଇକେଲ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ଗ୍ୟାସ୍‌ ଟାଙ୍କି ଲିକ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ଓଡ଼ଙ୍ଗ ପଞ୍ଚାୟତ ସରମରା ଗାଁର ସାହୁ ସାହିରେ ବିଳମ୍ବିତ ରାତିରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଛି ।ସୂଚନା ମୁତାବକ, ଓଡ଼ଙ୍ଗ ପଞ୍ଚାୟତ ସରମରା ଗାଁର ସାହୁ ସାହିରେ ବିଳମ୍ବିତ ରାତିରେ ହଠାତ୍ ଗ୍ୟାସ୍‌ ଟାଙ୍କିରୁ ଗ୍ୟାସ୍‌ ଲିକ୍ ହୋଇଥିଲା । ଏଥିରୁ ନିଆଁ ଲାଗି କ୍ଷଣକ ମଧ୍ୟରେ ସମ୍ପୂର୍ଣ୍ଣ ଘର ହୁତୁହୁତୁ ହୋଇ ଜଳିଥିଲା । ଏହି ଭୀଷଣ ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର, ଘର କରଣା ଜିନିଷ, ଗୋଟିଏ ମୋଟର ସାଇକେଲ ଓ ପୋଷାକ ଆଦି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସକମ୍ପର୍କରେ ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.