centurian jitm

ବିଲରୁ ନବଜାତକର ମୃତଦେହ ଉଦ୍ଧାର : ପଲିସର ତଦନ୍ତ ଆରମ୍ଭ

କପ୍ତିପଦା : ହଜିଗଲା ମାନବିକତା । ପଥର ପାଲଟିଲା ମଣିଷ । ଇଶ୍ୱରରୂପୀ ନବଜାତକକୁ ପଲିଥିନ୍‌ରେ ପୁରାଇ ରାସ୍ତା ପାଖ ବିଲରେ ଫିଙ୍ଗିଦେଇ ଚାଲିଗଲେ । ବିଲରୁ ଉଦ୍ଦାର ହେଲା ନବଜାତକର ମୃତଦେହ । କପ୍ତିପଦା ଥାନା କୁଆଗୋଠଣା ଗ୍ରାମର କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରୁ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ସୂଚନା ମୁତାବକ, କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ବିଲରେ ଏକ ପଲିଥିନ ଭିତରେ ନବଜାତକର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମିଳିଥିବା ନବଜାତକର ବୟସ ୩ ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେହି ଗର୍ଭ ନଷ୍ଟ କରିବା ପାଇଁ ଏଭଳି ହୀନ କାମ କରିଥିବା କୁହାଯାଉଛି ।

Leave A Reply

Your email address will not be published.