ଛାତ୍ର ବିଜେଡ଼ି ପକ୍ଷରୁ ‘ତାମ୍ପରା’ ହ୍ରଦ ପରିସରରେ ସ୍ୱଚ୍ଛତା ସଚେତନତା ଓ ସଫେଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ବିଭିନ୍ନ ପ୍ରକାର ସମାଜସେବା ମୂଳକ କାର୍ଯ୍ୟକ୍ରମ ଜାରି ରଖିବ । ଏହି ଅବସରରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ପ୍ରତିଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଛତ୍ରପୁର ଛାତ୍ର ବିଜେଡ଼ି ପକ୍ଷରୁ ସୁଶୋଭିତ ‘ତାମ୍ପରା’ ହ୍ରଦ ସୌନ୍ଦର୍ଯ୍ୟକରଣ ପରିସରରେ ଶ୍ରମଦାନ ସହ ସ୍ୱଚ୍ଛତା ସଚେତନତା କରାଯାଇ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଆରମ୍ଭ ହୋଇଥିବାରୁ ଆଗକୁ ମଧ୍ୟ ଏହିପରି ସଫେଇ କାର୍ଯ୍ୟକ୍ରମ ସହ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାସ, ୧୯ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ଅଜିତ ସ୍ୱାଇଁ, ଦିଲେଶ୍ୱର ରେଡ୍ଡୀ, ପୂର୍ବତନ ସାଧାରଣ ସଂପାଦକ ବେଣୁଧର ବେହେରା ଓ ବବୁଲ ନାୟକ, ପୂର୍ବତନ ଉପସଭାପତି ରବିନ୍ଦ୍ର ନାହାକ, ଦେବରାଜ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ଦେବରାଜ ରେଡ୍ଡୀ, ଏସ୍‌ ରାଜ କିଶୋର ରେଡ୍ଡୀ, ଦିନେଶ ମହାନ୍ତି, ସିଦ୍ଧାନ୍ତ ମୁଦୁଲି, ସାଗର ମୁଦୁଲି, ରବିରାଜ ରେଡ୍ଡୀ, ଦୈତାରି ରେଡ୍ଡୀ, ଲିଟୁ ନାହାକଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.