jayashree

‘ତାମ୍ପରା’ ହ୍ରଦକୁ ସଙ୍କୁଚିତ କରି କୋଠା-ନିର୍ମାଣ ନେଇ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ର ପିଟିସନ୍‌ ଦାଖଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : “ତାମ୍ପରା” ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍‌ ଏକ ପିଟିସନ୍‌ ଦାଖଲ କରିଥିବା କୁହାଯାଇଛି । ଛତ୍ରପୁରର ସୁଶୋଭିତ ମଧୁରଜଳ ହ୍ରଦ “ତାମ୍ପରା” ହେଉଛି, ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅନବୈଦ୍ୟ ଅଦ୍ୱିତୀୟ ସ୍ଥାନ । ଯାହାର ସ୍ଥାନ ପରିସରରେ ରହିଛି, ପୃଥିବୀର ବିରଳ ସୌନ୍ଦର୍ଯ୍ୟର ଶାଗୁଆନି ଚାରା କିଆବୁଦା, ଝାଉଁବଣ, ନମ୍ର-ବାଲିଚର, ଘାସ ଗାଲିଚାର ସୁରମ୍ୟ ଆଦ୍ରଭୂମି । ଭବିଷ୍ୟତରେ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ନିମନ୍ତେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ୩୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଇଥିଲେ । ହେଲେ ଏହି ଅର୍ଥକୁ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ବିନିଯୋଗ କରିନଥିବା ଭଳି ବିଭିନ୍ନ ମହଲରେ ଅଭିଯୋଗ ଉଠୁଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରି ବ୍ୟବସାୟିକ ଦୃଷ୍ଟିକୋଣକୁ ତତ୍କାଳୀନ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେଇ “ତାମ୍ପରା”ର ସବୁଜିମାକୁ ନଷ୍ଟ କରି ଦେଇଛନ୍ତି । ଏ ଦିଗରେ କେନ୍ଦ୍ରୀୟ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଅଟେ ବୋଲି ବହୁ ପରିବେଶବିତ୍‌ ଓ ବିଭିନ୍ନ ବିଶେଷଜ୍ଞଙ୍କ ମହଲରେ ମତ ପ୍ରକାଶ ପାଉଛି । ତାମ୍ପରା କୂଳକୁ ଲାଗି ହଟେଲ, ରେଷ୍ଟୁରାଣ୍ଟ, ରିଷୋର୍ଟ, ଗେଷ୍ଟ-ହାଉସ, ଇଣ୍ଡୋର-ଗ୍ୟାମ୍ସ ଗୃହ, ମନୋରଞ୍ଜନ ଗୃହ, ସମ୍ମିଳନୀଗୃହ ଆଦିର ନିର୍ମାଣ କରି ସୌନ୍ଦର୍ଯ୍ୟକୁ ଧ୍ୱଂସ କରିବା ଭଳି ପଦକ୍ଷେପ ନେଇଛନ୍ତି ଏବଂ ଅନେକ କାର୍ଯ୍ୟପ୍ରକଳ୍ପ ଗୁଡିକର ପ୍ରତିଷ୍ଠା କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବ୍ୟାପାରବ୍ୟୟ ନୀତି ନେଇ କେନ୍ଦ୍ର ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି । କେତେ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି, ଆଉ କେତେ ଟଙ୍କା ବଳକା ରହିଛି । କ’ଣ କ’ଣ ହେବାକୁ ଅଛି । ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା, ସଭା ଆଦି କରାନଯାଇ ତତ୍କାଳୀନ ଜିଲ୍ଲାପ୍ରଶାସନ ନିର୍ମାଣ କାର୍ଯ୍ୟରେ ମନମୁଖୀ ଭାବେ ପଦକ୍ଷେପ ହାତକୁ ନେଇଥିଲେ ବୋଲି କୁହାଯାଇଛି । ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରେ ହୋଇଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଆଖି ଆଗରେ ରଖି ନିର୍ମାଣ କରାଯାଇଥିବା ପ୍ରମୁଖ ପ୍ରକଳ୍ପଗୁଡିକ ଉପରେ ଏବେ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି । ଜଳାଶୟକୁ ସଙ୍କୁଚିତ କରି ସ୍ଥାୟୀ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଯାହାକି କୋଲକତା ସ୍ଥିତ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ (ଏନ୍‌.ଟି.) ନିକଟରେ ଅଭିଯୋଗ ହୋଇଥିବା ସରକାରୀ ଭାବେ କୁହାଯାଏ ।

ସୂଚନାଯୋଗ୍ୟ ଯେ, ହୁମୁରୀବଣ ନିକଟରେ ଥିବା ତାମ୍ପରା ହ୍ରଦକୁ ସଙ୍କୁଚିତ କରି ବିଭିନ୍ନ ନିର୍ମାଣ ପ୍ରକଳ୍ପ କରାଯାଇଛି ଏବଂ ଆହୁରି ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ କଟକ ସ୍ଥିତ ୱାଇଲ୍ଡ ଲାଇଫ୍ ସୋସାଇଟି ପକ୍ଷରୁ ଏନ୍‌ଟି ପୂର୍ବାଞ୍ଚଳ ବେଞ୍ଚରେ ପିଟିସନ ଦାଖଲ ହୋଇଥିବା କୁହାଯାଏ । ପିଟିସନରେ ଉଲ୍ଲେଖ ଅଭିଯୋଗ ଉପରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ, ଓଡ଼ିଶା କର୍ତ୍ତୃପକ୍ଷ ବାୟୋଡାଇଭର୍ସିଟି ଅଧ୍ୟକ୍ଷ ଇଞ୍ଜିନିୟରିଂ ପ୍ରୋଜେକ୍ଟ ଏଜିଏମ୍, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଏମ୍.ଡି.ଙ୍କୁ ନୋଟିସ୍ ଜାରି କରିଥିଲା ଏନ୍‌ଜିଟି । ରାଜ୍ୟ ମୁଖ୍ୟଶାସନ ସଚିବଙ୍କଠାରୁ ଆରମ୍ଭ କରି ଗଞ୍ଜାମ ଜିଲାପାଳ ଓ ସମସ୍ତ ପକ୍ଷ ସତ୍ୟପାଠ ଜରିଆରେ ଉତ୍ତର ରଖୁବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ (ଭୁବନେଶ୍ଵର)ର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ୱେଟ୍ ଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ସଚିବଙ୍କୁ ନେଇ ଏକ କମିଟି ଗଠନ କରି ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଥିଲା । ତେବେ ଉକ୍ତ ଅବଧି ପରେ ଏନ୍‌.ଟି. ବୈଷୟିକ ଟିମ୍ ତାମ୍ପରା ହ୍ରଦ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ବାବଦରେ ଅନୁଧ୍ୟାନ କରିଥିବା ଜଣାଯାଇଛି ।

କୋଲକତା ସ୍ଥିତ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ (ଏନ୍‌ଟି) ନିକଟରେ ଅଭିଯୋଗ ହୋଇଥିଲା । ଟ୍ରିବ୍ୟୁନାଲର ପୂର୍ବାଞ୍ଚଳ କାର୍ୟ୍ୟାଳୟରୁ ସତ୍ୟପାଠ ଜରିଆରେ ୪ ସପ୍ତାହ ମଧ୍ୟରେ ଉତ୍ତର ଦାଖଲ ପାଇଁ ଅଗଷ୍ଟ ୧୧ ତାରିଖରେ ସମ୍ପୃକ୍ତ ପକ୍ଷମାନଙ୍କୁ ନୋଟିସ୍ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍‌ଟି ଦ୍ଵାରା ଗଠିତ ବୈଷୟିକ କମିଟି ଶୁକ୍ରବାର ହୁମୁରୀ ତାମ୍ପରା ହ୍ରଦ ଅନୁଧ୍ୟାନ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । କମିଟି ସଦସ୍ୟ ତଥା ବୈଜ୍ଞାନିକମାନେ ଏ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ ଅଭିଜିତ ପାଠକ, ବୈଜ୍ଞାନିକ ସି.ଏମ୍. ମହନ୍ତ, କେ.ସି. ପାଲ୍ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଦୀପକ ସାହୁ ତାମ୍ପରା ହ୍ରଦ ଠାରେ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭାରପ୍ରାପ୍ତ ତହସିଲଦାର ଶୁଭଦର୍ଶନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.