ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲେମ୍ବୁ ପରେ ଟମାଟୋ ବଜାରର ଚଢ଼ା ଦରରେ ବିକ୍ରୀ ଆରମ୍ଭ ହୋଇଛି । ଫଳରେ ଅତିଷ୍ଠ ହୋଇପଡ଼ୁଛନ୍ତି ଗ୍ରାହକ । ଲେମ୍ବୁ ପରେ ହଠାତ୍ ଟମାଟୋ ଦର ଆକାଶ ଛୁଆଁ ହୋଇପଡ଼ିଛି । ଗତ କିଛିଦିନ ଦିନ ତଳେ ଟମାଟୋ କିଲୋ ପିଛା ୨୦-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ବରଗଡ଼ ଜିଲ୍ଲାର ବଜାର ଗୁଡିକରେ ୪୦ରୁ ୬୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି । ପ୍ରବଳ ଖରା ସମୟରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହାର ଚାହିଦା ଅଧିକ ଥିବା ବେଳେ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମଧ୍ୟରେ ହତାଶ ପ୍ରକାଶ ପାଉଛି । ତେବେ କିଛିଦିନ ତଳେ ଲେମ୍ବୁ ଦର ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଟମାଟୋ ଦର ବଢିଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।
Next Post