ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସହରର ତାଲପାଲି ପଡା ବନ୍ଧରେ ୱାର୍ଡ ନଂ ୪ କ୍ରିିୟାନୁ୍ଷ୍ଠାନ କମିଟି, କଂଗ୍ରେସ ଦଳ ଓ ତାଲପାଲିପଡାବାସୀଙ୍କ ଦ୍ୱାରା ଜଳ ସତ୍ୟାଗ୍ରହ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଜଳ ସତ୍ୟାଗ୍ରହରେ ବନ୍ଧର ପୁନଃ ଉଦ୍ଧାର ପାଇଁ ଆନ୍ଦୋଳନକାରୀମାନେ ଦାବୀ କରିଥିିବା ବେଳେ ଏ ଦିଗରେଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଆନ୍ଦୋଳନ କାରୀମାନେ ଦାବୀ କରିଛନ୍ତି । ଦୀର୍ଘ ଦିନରୁ ଏହି ବନ୍ଧ ଅବହେଳିତ ହୋଇ ପଡି ରହିଥିବା ବେଳେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।