ମୋ ଜଙ୍ଗଲ ଜମି ଯୋଜନାରେ ଲୋଇସିଂହାରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ତଥା ଏଫ୍ଇଏସ୍‌ ଓ ଆର୍‌ସିଡିସି ସହାୟତାରେ ଲୋଇସିଂହା ଓ ଆଗଲପୁର ବ୍ଲକର ଗୋଷ୍ଠୀ ସ୍ଵେଚ୍ଛାସେବୀଙ୍କୁ ନେଇ ସ୍ଥାନୀୟ ବ୍ଲକ ସଭାଗୃହରେ “ମୋ ଜଙ୍ଗଲ ଜମି ଯୋଜନା”ର ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଜଙ୍ଗଲ ଜମିରେ ବସବାସ କରି ଆସୁଥିବା ଆଦିମ ଜନଜାତି ତଥା ପାରମ୍ପରିକ ବନବାସୀଙ୍କୁ ସେମାନଙ୍କ ନ୍ୟାୟ ଅଧିକାର ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜସ୍ୱ ତଥା ବନ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ । ଜିପିଇଓ କିଶୋର ମାନସିଂଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ଯୁଧିଷ୍ଠିର ମେହେର, ଆଗଲପୁର ତହସିଲଦାର ସହଦେବ କୁତ୍ରୁକା, ଲୋଇସିଂହା ତହସିଲଦାର ସଂଘମିତ୍ରା କାଲୋ ପ୍ରମୁଖ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଆର୍‌ସିଡିସିର କୁଳମଣି ସାହୁ ତାଲିମ ପ୍ରଦାନ କରିଥିବା ବେଳେ ଲୋଇସିଂହା ଓ ଆଗଲପୁର ବ୍ଲକର ଡିଇଓ ସହଯୋଗ କରିଥିଲେ । ଏହି ତାଲିମ ଶିବିରରେ ଉଭୟ ବ୍ଲକର ୨୬ ଜଣ ସ୍ଵେଚ୍ଛାସେବୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.