oom

ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ସୁଦାମ ଚରଣ ଖମାରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଆତ୍ମସୁରକ୍ଷା ତାଲିମ ସଂପର୍କରେ ଆଲୋକପାତ କରିଥିବା ବେଳେ ଅଧ୍ୟକ୍ଷ ଆତ୍ମସୁରକ୍ଷା ତାଲିମ ଶିବିରର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ଡ. ଦୈତାରି ପୁଜାରୀ ଆତ୍ମସୁରକ୍ଷା, ତାଲିମ ଓ ଶୃଙ୍ଖଳା ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ସୁଶ୍ରୀ ସ୍ୱର୍ଣ୍ଣପ୍ରଭା ମେହେର ପ୍ରଶିକ୍ଷଣ ପ୍ରଦାନ ଦେଇଥିବା ବେଳେ ସମସ୍ତ ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ୮ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ପ୍ରେମାନନ୍ଦ ବିଶି ସଭା ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରାଧାକାନ୍ତ ସାହୁ, ଅଧ୍ୟାପକ ଡ. ଧନଞ୍ଜୟ ସେଠ, ଅଧ୍ୟାପକ ଡ. ପବିତ୍ର ଦଣ୍ଡସେନା, ଗ୍ରନ୍ଥାଗାରିକ ଦୁର୍ବାଦଳ ମିଶ୍ର, ଦିଗାମ୍ବର ପାଣ୍ଡେ, ଦୁଃଖିଶ୍ୟାମ ବାଘ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.