ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ ଓ ମୁଖ୍ୟବକ୍ତା ଭାବେ ଛତାମଖନା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ ଋଷଭରାଜ ଗନ୍ତାୟତ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ୍‌ ବୈଠକରେ ଅଧ୍ୟକ୍ଷତା କରିବା ସହ ଆତ୍ମ ସୁରକ୍ଷା ବିଷୟରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୁଜାରୀ ସଭା ସଂଯୋଜନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଓ ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁଦାମ ଚରଣ ଖମାରୀ ପ୍ରମୁଖ ମଂଚାସୀନ ଥିଲେ । ଓଡିଆ ଅଧ୍ୟାପକ ଡ. ପବିତ୍ର କୁମାର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ଆଠଦିନ ଧରି ଚାଲିଥିବା ଶିବିରରେ ମାଷ୍ଟର ଟ୍ରେନର ଭାବେ ଜନନୀ ମହାଲିଙ୍ଗ ଓ ସୁବସିନୀ ମଲ୍ଲିକ ତଥା କଲେଜର କ୍ରୀଡା ଶିକ୍ଷକ ପ୍ରେମାନନ୍ଦ ବିଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶେଷ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପିକା ଚାରୁଲତା ମିଶ୍ର, ଅଧ୍ୟାପକ ରାଧାକାନ୍ତ ସାହୁ, ଗ୍ରନ୍ଥଗାରକ ଦୁର୍ବାଦଳ ମିଶ୍ର, ମୁଖ୍ୟ କିରାଣୀ ଦିଗାମ୍ବର ପାଣ୍ଡେ ଓ ଦୁଃଖିଶ୍ୟାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.