oum

ଜଳ ଜୀବନ ମିଶନ ତାଲିମ ଶିବିର

jsm

ଆଗଲପୁର, (ସୁଶୀଲ ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ ଅନ୍ତର୍ଗତ ସାଲେଭଟା ପଂଚାୟତର ଜୀବନ ଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକର ସମସ୍ତ ୨୦ଟି ପଂଚାୟତର ଗାଁମାନଙ୍କରେ ଜଳ ଜୀବନ ମିସନ କାର୍ଯ୍ୟକ୍ରମର ସଫଳ ରୁପାନ୍ତର ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସାଲେଭଟା ସରପଂଚ ଗନ୍ଧର୍ବ ପାଇକ ଚନ୍ଦନ, ସମିତି ସଭ୍ୟା ସଂଯୁକ୍ତା ମୁଣ୍ଡା ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ୱାର୍କ ଜିଲ୍ଲା ସଂଯୋଜକ ଧ୍ୟାନଚାନ୍ଦ ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ ସାହୁ ପ୍ରମୁଖ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମ ପାଇଁ ଅଂଚଳବାସୀ ସହଯୋଗ କରିବାକୁ ପଂଚାୟତ ସଂଯୋଜକ ଆନନ୍ଦ ପଧାନ ଅନୁରୋଧ କରିଥିଲେ ।

Leave A Reply

Your email address will not be published.