କ୍ଷୁଦ୍ର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାଣ୍ଡିଆ ପ୍ରକ୍ରିୟାକରଣ ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲିଆରୀ ଗ୍ରାମରେ ଦେବଦତ୍ତ କ୍ଲବ ତରଫରୁ ନାବାର୍ଡ ସହାୟତାରେ ମାଣ୍ଡିଆ ପ୍ରକ୍ରିୟା କରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନାବାର୍ଡ ଜିଲ୍ଲା ବିକାଶ ପ୍ରବନ୍ଧକ ହଟକିଶୋର ବେହେରା ସମ୍ମାନିତ ଅତିଥି ଦେବଦତ୍ତ କ୍ଲବ୍ ସମ୍ପାଦକ କାହ୍ନୁଚରଣ ମାଝି, କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା ଯୋଗ ଦେଇଥିଲେ । ପ୍ରଥମେ ଅତିଥିମାନେ ଭାରତ ମାତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ କରି ତାଲିମ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଶିବିରରେ କୁଲିଆରୀ ଗ୍ରାମରେ ଥିବା ଶ୍ରୀରାମ ସ୍ଵୟଂ ସହାୟିକା ଗୋଷ୍ଠୀ, ରାଧାରାଣୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଝାନ୍ସିରାଣୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଜୟ ମା’ ସନ୍ତୋଷୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଜୟ ମା’ ଲକ୍ଷ୍ମୀ ସ୍ଵୟଂ ସହାୟିକା ଗୋଷ୍ଠୀ, ଓମ୍‌ ସାଇ ରାମ୍ ସ୍ଵୟଂ ସହାୟିକା ଗୋଷ୍ଠୀର ପ୍ରାୟ ୩୦ ଜଣ ମହିଳା ତାଲିମ ଗ୍ରହଣ କରୁଥିବା ବେଳେ ଥବିର ସାହୁ ଏବଂ ଅଜୟ ମାଝି ତାଲିମ ପ୍ରଦାନ କରିଥିଲେ । ଅତିଥିମାନେ ନିଜର ଅଭିଭାଷଣରେ କିଭଳି ଭାବରେ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିବେ ଘରେ ରହି ଅର୍ଥ ରୋଜଗାର କରି ନିଜର ପରିବାର ପରିପୋଷଣ କରିବାରେ ସକ୍ଷମ ହୋଇପାରିବେ ଏବଂ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ଗ୍ରାମାଞ୍ଚଳରେ ଲୋକମାନେ କେମିତି ପାଇ ପାରିବେ ସେହି ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିର ୦୬/୦୩/୨୩ ରୁ ୨୦/୦୩/୨୩ ପର୍ଯ୍ୟନ୍ତ ଚାଲିବାର ଯୋଜନା କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ ପଣ୍ଡା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.