ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦନଭାଟିର ଛାତ୍ରୀମାନଙ୍କ ଦ୍ୱାରା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସଭାରେ ଜିଲ୍ଲା ନୋଡାଲ ଅଫିସର ସୁଦାମ ଚରଣ ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭାରେ ପୌରାହିତ୍ୟ କରିଥିବା ବେଳେ ସଂଯୋଜନା କରିଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ଦାସ । ମୁଖ୍ୟ ଅତିଥି ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିବା ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା, ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଶିକ୍ଷାର୍ଥୀମାନେ ତାଲିମ ନେବା ଦ୍ୱାରା କି କି ଲାଭ ମିଳି ପାରିବ ତାହା ପରାମର୍ଶ ଦେଇଥିଲେ । ଆଠ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଶିବିରକୁ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ନରୋତ୍ତମ ସାହୁ ଓ ପ୍ରଶିକ୍ଷଣ ଦେଇଥିଲେ କୁମାରୀ ସ୍ୱର୍ଣ୍ଣପ୍ରଭା ମେହେର । ଶେଷରେ ପ୍ରଧ୍ୟାପକ ଦଧିବାବନ ପଧାନଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.