ବାଲିଗୁଡାରେ ସୂଚନା ଅଧିକାର କର୍ମୀ ତାଲିମ ଶିବିର ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡିଶା ସୂଚନା ଅଧିକାର ଅଭିଯାନ, ଭୂବନେଶ୍ୱର ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ଚାପ୍ଟର ଦ୍ୱାରା ବନବାସୀ ସେବା ସମିତିର ତାଲିମ କେନ୍ଦ୍ର, ବାଲିଗୁଡା ଠାରେ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ନେଇ ଦିନିକିଆ ସୂଚନା ଆଇନ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରରେ ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ, ଜିତେନ୍ଦ୍ର ସାହୁ, କଟକ ସୂଚନା ଅଧିକାର ଅଭିଯାନ ଆବାହକ, ସୁପ୍ରିୟ ପ୍ରଧାନ ନୟାଗଡ ଜିଲ୍ଲା ସୂଚନା ଅଧିକାର ଆବାହକ ତାଲିମଦାତା ଭାବେ ଯୋଗ ଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଆରଟିଆଇ ସମ୍ବନ୍ଧରେ ସମ୍ୟକ ଧାରଣା ଦେବା ସହ ତଥ୍ୟ ମାଗିବା ପାଇଁ ଆବେଦନ ଫର୍ମ ପୂରଣ କରିବା ପଦ୍ଧତି ମଧ୍ୟ ଅଭ୍ୟସ୍ତ କରାଇଥିଲେ ଏବଂ ଜଣେ ସୂଚନା ଅଧିକାର କର୍ମୀର ଆଚାର, ବ୍ୟବହାର, ସଚୋଟତା, ଦୁର୍ନୀତି ମୁକ୍ତ, ସମାଜ ଏବଂ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ ଏହା ନୁହଁ କୌଣସି ବ୍ୟକ୍ତି ବିଶେଷଙ୍କ ପ୍ରତି ଆକ୍ରୋଶ ମୂଳକ ମନୋଭାବ ନେଇ କିମ୍ବା ଅନୈତିକ ଉପାୟରେ ଅର୍ଥ ଉପାର୍ଜନ କରିବା ପାଇଁ ଉକ୍ତ ଆଇନକୁ ନିଜର ଉଦେଶ୍ୟ ସାଧନ କରିବା ପାଇଁ ବ୍ୟବହାର କରିବା ଉଚିତ ହେବ ନାହିଁ ବୋଲି ଅବଗତ କରିଥିଲେ । ଏହି ଆଇନ ବଳରେ ସମାଜର ଅସହାୟ ଲୋକଙ୍କ ଏବଂ ଅଞ୍ଚଳର ସାମୁହିକ ସମସ୍ୟା ସମାଧାନ କରି ପାରିବା ତାହା ଛଡା ରାଷ୍ଟ୍ରୀୟ ସମ୍ପତ୍ତିକୁ ସ୍ୱାର୍ଥପର, ଦୁର୍ନୀତି ଗ୍ରସ୍ତ, ଖଳ ପ୍ରକୃତି ଲୋକମାନଙ୍କଠାରୁ ସୁରକ୍ଷିତ ରଖିବା ଉଦେଶ୍ୟରେ ବ୍ୟବହାର କରିବା ଉଚିତ୍‌ । ସୂଚନା ଅଧିକାର ଅଭିଯାନର ସଭ୍ୟାସଭ୍ୟ ମାନଙ୍କର ଅଞ୍ଚଳର ବିକାଶ ପାଇଁ ନିଜକୁ ସଂକଳ୍ପ ବଦ୍ଧ ସହ କର୍ତବ୍ୟ ପରାୟଣତା ହୋଇ କାର୍ଯ୍ୟ ସଂପାଦନ କରିବା ଯାହା ଫଳରେ ସମାଜରେ କିଛି ପରିବର୍ତ୍ତନ ଆଣିପାରିବା ବୋଲି ଅବଗତ କରାଇଥିଲେ। । ଉକ୍ତ କର୍ମଶାଳାରେ ଲକ୍ଷ୍ମଣ ପ୍ରଧାନ, ସବଲମ ଦିଗାଲ, ଜମେସ୍ ଡିଗାଲ, ସମିର ବଳିଆର ସିଂ, ସେକ ଅମନ ଆଫତାବ, ମନୋରଞ୍ଜନ ପଣ୍ଡା, ବର୍ଷା ବେହେରା, ମମତା କୁମାରୀ ସାହୁ, ସୁଧାକର ପ୍ରଧାନ ଏବଂ ଆଲୋକ ନାୟକ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ । ବାଲିଗୁଡା, ତୁମୁଡ଼ିବନ୍ଧ, କୋଟଗଡ ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଓଡିଶା ସୂଚନା ଅଧିକାର ଅଭିଯାନର କନ୍ଧମାଳ ଚାପ୍ଟରର ଜୋନାଲ କମିଟି ଗଠନ କରାଗଲା ଏବଂ ଉକ୍ତ କମିଟିର ସଂଯୋଜକ ଭାବେ ସେକ ଅମନ ଆଫତାବଙ୍କୁ ଦାଇତ୍ୱ ପ୍ରଦାନ କରାଗଲା । ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରୁ ନିଷ୍ଠାବାନ, ସ୍ୱଚ୍ଛ କର୍ମଠ ଯୁବକ ଯୁବତୀ ମାନଙ୍କୁ ଚିହ୍ନଟ କରି ସଂଗଠନକୁ ସୁଦୃଢ କରି ନିରିହ ଶୋଷିତ, ଅବହେଳିତ, ଅସହାୟ ଲୋକଙ୍କ ମଂଗଳ ସାଧନ କରିବା ସହ ରାଷ୍ଟ୍ରୀୟ ସମ୍ପତ୍ତିର ସଦ୍‌ବିନିଯୋଗ କରିବାରେ ଆଇନ ବଳରେ ସକ୍ଷମ ହୋଇ ଅଞ୍ଚଳର ବିକାଶ କରିବାରେ ସହାୟକ ହେବ ବୋଲି କନ୍ଧମାଳ ଜିଲ୍ଲା ସୂଚନା ଅଧିକାର ଅଭିଯାନର ଆବାହକ ମହମ୍ମଦ ଜିଆଉଦିନ ଅହମ୍ମଦ କମିଟିର ଆବାହକ ମତ ବ୍ୟକ୍ତ କରିବା ସହ ଉପସ୍ଥିତ ସଭ୍ୟାସଭ୍ୟଙ୍କୁ ଶୁଭେଛା ସହ ଶୁଭକାମନା ଜଣାଇ ତାଲିମ ଶିବିରକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.