jayashree

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ମଣ୍ଡଳ ସ୍ତରୀୟ ୟୁଥ୍‌ ରେଡ଼କ୍ରସର ୩ଦିନିଆଁ ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡ଼ିଗ୍ରୀ ମହାବିଦ୍ୟାଳୟରେ ୩ଦିନିଆ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଇତିହାସ ଅଧ୍ୟାପକ ଜଗଦୀଶ ସିଂ ବାବୁ ସଭାପତିତ୍ବ କରିଥିବା ବେଳେ ୟୁଥ୍‌ ରେଡ଼କ୍ରସ ସଂଯୋଜକ ଗୋପାଳ ବେହେରା ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜରାସିଂହାର ଇଂରାଜୀ ଅଧ୍ୟାପକ ଦୁର୍ବାଦଳ ଘିବେଲା ଅତିଥି ପରିଚୟ ପ୍ରଦାନ କରିଥିଲେ । ଇତିହାସ ଅଧ୍ୟାପକ ଶ୍ରୀନିବାଶ ଗଡ଼ତ୍ୟା ତାଲିମ ଶିବିର ଆଭିମୁଖ୍ୟ ଉପରେ ସୁଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିବସରେ ରେଡ଼କ୍ରସ ଇତିହାସ, ଆନ୍ଦୋଳନ, ନୀତିନିୟମ ଉପରେ ପ୍ରଶିକ୍ଷକମାନେ ଆଲୋକପାତ କରିଥିଲେ । ଉଦ୍‌ଯାପନୀ ଦିବସରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ସଭାପତିତ୍ବ କରିଥିବା ବେଳେ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ବଭାରତୀ ଶିକ୍ଷକ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସୁଧାଂଶୁ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ । ଜିଲ୍ଲା ରେଡ଼କ୍ରସ ସଂଯୋଜକ ଗୋପାଳ ବେହେରା, ଦେଓଗାଁ ଅଗ୍ନିଶମ ଆଲୋଇସ ବର୍ଲା ଓ ଜୁନିଅର ରେଡ଼କ୍ରସ ବଲାଙ୍ଗୀର ପରାମର୍ଶଦାତା ରାମନାରାୟଣ ଦାସ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ନୃତ୍ୟ ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ସଲୋନୀ ବଡ଼ମାଳୀ ସମ୍ବଳପୁରୀ ଦୃତ୍ୟ ପରିବେଶତ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ବିନ୍ଦୁସାଗର ବେହେରା ଓ ଶ୍ରୀମତୀ ସଂଗୀତା ମେହେର ପ୍ରତିଯୋଗୀତାର ପ୍ରମାଶ ପତ୍ର ବଣ୍ଟନରେ ସାହାଯ୍ୟ କରିଥିଲେ । ଶେଷରେ ଖେଳ ଶିକ୍ଷକ ନଳିନୀକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.