ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ତାଲିମ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥା ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷ୍ୟତାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କିପରି କରାଯିବ ସେ ସମ୍ବନ୍ଧରେ ଏକ ତାଲିମ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା ଉପସ୍ଥିତ ରହି ଅଡିଓ ଭିଜୁଆଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ପାଇକମାଲ ବ୍ଲକ ଜିପିଓ ଅନିଲ କୁମାର ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ରହି ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କିପରି କରାଯିବ, ତାର ଉଦ୍ଦେଶ୍ୟ ତଥା ଉପାଦେୟତା ସମ୍ୱନ୍ଧରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ସଭା ଶେଷରେ ଇଂରାଜୀ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଡିଓ ଭିଜୁଆଲ ମାଧ୍ୟମରେ ଏହି ସଭାକୁ ଆକର୍ଷଣୀୟ କରାଇ ତାଲିମ ପ୍ରଦାନ କରାଯାଇଥିବାରୁ ଆଗ୍ରହର ସହିତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ଏ ଦିଗରେ ମହାବିଦ୍ୟାଳୟରେ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ତାଙ୍କ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ ।

Leave A Reply

Your email address will not be published.

error: Content is protected !!