centurian jitm

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା ତାଲିମ କାର୍ଯ୍ୟକ୍ରମ

nschool

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ୍‌ ତରଫରୁ ମଦନପୁର ଓ ମାନେକେରା ଗ୍ରାମ ପଞ୍ଚାୟତର ୨୦ ଜଣ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଚାଲିଥିବା ୧୭/୦୮/୨୧ରୁ ୧୯/୦୮/୨୧ରିଖ ପର୍ଯ୍ୟନ୍ତ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଗତକାଲି ଉଦଯାପିତ ହୋଇଯାଇଛି, ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଦସ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଦ୍ଵୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ମଦନପୁର ସରପଞ୍ଚ ରାଜେଶ ଧଙ୍ଗଡା ମାଝୀ ଯୋଗ ଦେଇଥିଲେ । ଏସ୍‌ଆଇଆର୍‌ଡି ତରଫରୁ ତାଲିମ ପ୍ରାପ୍ତ ୨ ଜଣ ସାଧନ କର୍ମୀ ଶ୍ରୀମତୀ ସବିତା ଓ କୃଷ୍ଣଚନ୍ଦ୍ର ରାଉତ ଯୋଗ ଦେଇଥିବା ବେଳେ ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ତାଲିମରେ ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା, ଶିକ୍ଷା ଅଧିକାର, ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ଆଇନ ସମ୍ବନ୍ଧରେ ଆଲୋଚନା କରାଯାଇଥିବା ବେଳେ ମହାଶକ୍ତି ଫାଉଣ୍ଡେସନ୍‌ କୋଷାଧ୍ୟକ୍ଷ ଶ୍ରୀ ସାହୁ ସମସ୍ତ ତାଲିମାର୍ଥୀଙ୍କୁ ସାର୍ଟିଫିକେଟ୍‌ ବଣ୍ଟନ କରିଥିଲେ ।ଅନୁଷ୍ଠାନର ଯତୀଶ ନାୟକ, ନମିତା ପୁଝାରୀ, ବଂଶୀଧର ରଣା, ନିତ୍ୟାନନ୍ଦ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.