ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଡେଲାଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡେଲାଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ଏବିଡ଼ିଓ ନୀଳଶୈଳ ସ୍ୱାଇଁ, ବିଇଓ ଶତ୍ରୁଘ୍ନ ବେହେରା, ଏବିଇଓ ଲକ୍ଷ୍ମଣ ପ୍ରଧାନ, ଡେଲାଙ୍ଗ କଲେଜ ଅଧ୍ୟକ୍ଷା ଡ. ସ୍ନେହାଞ୍ଜଳୀ ମହାନ୍ତି, ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ପ୍ରଶିକ୍ଷକ ନିରୋଜ ଧଳ ଓ ସିଆରସିସି ସୂର୍ଯ୍ୟନାରାୟଣ ଜେନା ମଞ୍ଚାସିନ ଥିଲେ । ପ୍ରତ୍ୟେକ ଶିଶୁ କିଶୋରଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରୀତି ଜାଗ୍ରତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ, ସିଆରସିସି ଅଂଶଗ୍ରହଣ କରିଥିଲେ ।
Next Post