ommm
jittmm

ବିବାହ” ଫଟୋଗ୍ରାଫି ଓ ଭିଡିଓ ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୋନି କମ୍ପାନୀ ଓ ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ମିଳିତ ସହଯୋଗରେ ବୁଧବାର “ବିବାହ” ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ସୋନି ମିରଲେନ୍ସ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୋ ଛତ୍ରପୁର ନିକଟ ତାମ୍ପରା ରିସୋର୍ଟ ଠାରେ ବିବାହ କାର୍ଯ୍ୟକ୍ରମ ଫଟୋଗ୍ରାଫି ଜ୍ଞାନ କୌଶଳ ଉପରେ ଏକ ଦିନିକିଆ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଛତ୍ରପୁର, ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ବିଭିନ୍ନ ବର୍ଗର ଫଟୋଗ୍ରାଫରମାନେ ଯୋଗଦେଇ ସୋନି କମ୍ପାନୀର କେମେରାରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ଦିଆଯାଇଥିଲା । ଏଥିରେ ଅତିଥି ଭାବେ ଛତ୍ରପୁର ଏସଡ଼ିପିଓ ଚନ୍ଦନ କୁମାର ଘଡେଇ ଯୋଗଦେଇ, ଏହି କର୍ମଶାଳା ଦ୍ୱାରା ଫୋଟଗ୍ରାଫର ମାନେ ବିଭିନ୍ନ ବିଷୟରେ ଜାଣିବାରେ ଜ୍ଞାତବ୍ୟ ଓ ଆଧୁନିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ସହାୟତା ହୋଇପାରିବ ବୋଲି କହିଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟକ୍ତା ତଥା ଆୟୋଜକଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି । ଡେପୁଟି ମ୍ୟାନେଜର (ସୋନି-ଇଣ୍ଡିଆ ) ସିଦ୍ଧାର୍ଥ ପଟ୍ଟନାୟକ, ସ୍ପେସିଆଲିଷ୍ଟ (ସୋନି ଅଲଫା) ସରୋଜ ଦୋରା, ମେଣ୍ଟର (ସୋନି ଆଲଫା) ଆଶୁତୋଷ ସାହୁ ଯୋଗଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁ, ସମ୍ପାଦକ ଦିଲ୍ଲୀପ ସାମଲ, ଉପଦେଷ୍ଟା କାମାକ୍ଷା ପ୍ରସାଦ ପଣ୍ଡା, ଲୋକନାଥ ମହାରଣା ଓ ପ୍ରଶାନ୍ତ କୁମାର ମହାରଣା, ଆସିଷ୍ଟାଣ୍ଡ କୋଷାଧ୍ୟକ୍ଷ ଗିରୀଶ ମୋହନ ପାତ୍ରଙ୍କ ସମେତ ଆସୋସିଏସନର ବହୁ ସଦସ୍ୟ ଏବଂ ଛତ୍ରପୁର ଆଖପାଖ ଅଂଚଳର ବହୁ ଫୋଟଗ୍ରାଫର ମାନେ ଯୋଗଦେଇଥିଲେ । ଏହି ଅବସରରେ ପାତ୍ରପୁର ବ୍ଲକ ଫୋଟଗ୍ରାଫର ଆସୋସିଏସନର ସମ୍ପାଦକ ମନୋରଞ୍ଜନ ରଣାଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

Leave A Reply

Your email address will not be published.