oom

ଜରାସିଂହା କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ୮ ଦିନ ଧରି ହୋଇ ଆସୁଥିବା ପ୍ରଥମ ବର୍ଷ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର ରଞ୍ଜନ ପାଣିଗ୍ରାହୀଙ୍କ ପରିଚାଳନାରେ ଆୟୋଜିତ ଉଦ୍‌ଯାପନୀ ସଭାରେ ସଭାପତି ତଥା ଅଧ୍ୟକ୍ଷ ବସନ୍ତ ମନହୀରା ନିଜ ଅଭିଭାଷଣରେ ଛାତ୍ରୀମାନଙ୍କୁ ସାହସର ସହିତ ସମସ୍ତ ଦୃଢତା ଏବଂ ଆତ୍ମବିଶ୍ଵାସ ସହିତ କାର୍ଯ୍ୟ କରିବା ପାଇଁ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଜରାସିଂହା ଶାଶ୍ଵତ ଡିଗ୍ରୀ ମହା ବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ବିନ୍ଦୁ ସାଗର ବେହେରା ନାରୀଶକ୍ତିର ମହାନତା ବିଷୟରେ ମତ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡିଆ ଅଧ୍ୟାପକ ବିଷ୍ଣୁଚରଣ ସାହୁ ପୂରାଣ ବର୍ଣ୍ଣିତ ନାରୀମାନଙ୍କ ବୀରତ୍ଵର ଅବତାରଣା କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଗୋବିନ୍ଦ ମେହେର, ଅଧ୍ୟାପିକା ଶୁଭଶ୍ରୀ ସାହୁ ଏବଂ ଚିନ୍ମୟୀ ମିଶ୍ର ମଂଚାସୀନ ଥିଲେ । ପ୍ରଶିକ୍ଷିକା ଅଭିନନ୍ଦା ସରାଫଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଲାଭ କରିଥିବା ୭୦ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଡି.ଇ.ଓ ବାଲଶଙ୍କର ମେହେର, ଅବସରପ୍ରାପ୍ତ ଖେଳ ଶିକ୍ଷକ ପ୍ରଶାନ୍ତ ଥନାପତିଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.