ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ କାର୍ଯ୍ୟରତ ସ୍ୱୟଂ ସହାୟକ ଦଳର ମହିଳାମାନଙ୍କୁ ନେଇ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସହର ବିକାଶ ବିଭାଗର ଯୁଗ୍ମ ସଚିବ, ବଲାଙ୍ଗିର ପୌରାଧ୍ୟକ୍ଷାଙ୍କ ସମେତ ବିଭିନ୍ନ ପୌର ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ ଉପାଧ୍ୟକ୍ଷାଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା କରିଥିଲେ । ପରେ ପରେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନର ଦକ୍ଷତା ବିକାଶ ତାଲିମକୁ ଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କହିଥିଲେ ଯେ, ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ସ୍ୱୟଂ ସହାୟକ ଦଳର ମା’ ମାନେ କରୋନା ସମୟରେ ବିଭିନ୍ନ କାମ କରି ଅର୍ଥ ରୋଜଗାର କରିବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଥିଲେ । ଏହି ଅଭିଯାନରେ କାର୍ଯ୍ୟରତ ମା’ମାନଙ୍କର ଦକ୍ଷତା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ଆଗାମୀ ସମୟ ପାଇଁ ସହରାଞ୍ଚଳ ବ୍ୟବସ୍ଥାକୁ ସୁଦୃଢୀକରଣ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ଅନ୍ୟମାନଙ୍କ ସହ ବଲାଙ୍ଗିର ପୌର ପରିଷଦ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସହର ବିକାଶ ବିଭାଗର ଜାଗୃତି ସିଂ, ପ୍ରିୟବ୍ରତ ପଣ୍ଡା, ନମ୍ରତା ପ୍ରଧାନ ମଂଚାସୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୨୧ୱାର୍ଡର କାଉନ୍‌ସିଲର୍‌ଙ୍କ ସହିତ ୨୧ଟି ୱାର୍ଡରୁ ସ୍ୱୟଂ ସହାୟକ ଦଳର ସଦସ୍ୟାମାନେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.