ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆର୍‌ଏସ୍‌ପି ଓ ଏନ୍‌ଆଇଟି ମଧ୍ୟରେ ଏମ୍‌ଓୟୁ

ସୁନ୍ଦରଗଡ : ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ ହୋଇଛି । ରାଉରକେଲା ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଏବଂ ରାଉରକେଲା ଆର୍‌ଏସ୍‌ପିର ଏସ୍‌ଆର ସୂର୍ଯ୍ୟବଂଶୀ ଉଭୟ ଏହି ଏମଓୟୁରେ ହସ୍ତାକ୍ଷର କରିବା ସହିତ ଖୁସିବ୍ୟକ୍ତ କରିଛନ୍ତି । ଏହି ଅବସରରେ ଆରଏସ୍‌ପିର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଏନ୍ଆଇଟିର ରେଜିଷ୍ଟ୍ରାର ଓ ପ୍ରଫେସରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.