ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତି ରାଜ ପ୍ରତିଷ୍ଠାନ ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ସଂସ୍ଥାର ନିଜସ୍ୱ କାର୍ଯ୍ୟାଳୟଠାରେ ତିନିଦିନ ଧରି ୱାର୍ଡ ସଭ୍ୟସଭ୍ୟାଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଏବଂ ସଂଗଠନର ସମ୍ପାଦକ ପ୍ରଶାନ୍ତ ନାୟକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ୱାର୍ଡ ସଭ୍ୟସଭ୍ୟା ମାନେ ନିଜର ଦାୟିତ୍ୱକୁ ସୁଚାରୁ ଭାବେ ନିର୍ବାହ କରିବା ପାଇଁ ବିଧାୟକ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଥିଲେ । ଏସ୍‌ଆଇଆର୍‌ଡି ତାଲିମଦାତା ଜ୍ୟୋସ୍ନା ନନ୍ଦ ଓ ପ୍ରଜ୍ଞା ପରିମିତା ସିଂଦେଓ ପଂଚାୟତିରାଜ ବ୍ୟବସ୍ଥାର ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଆଗଲପୁର ବ୍ଲକର ନଅଗାଁ (ଖ), ମୂର୍ଷୁଣ୍ଢି, ଝରଣିପାଲି, ଉପରବାହାଲ ଓ ଲୁହୁରାମୁଣ୍ଡା ଗ୍ରାମ ପଂଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ । ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ କୁଅଁର, ରଞ୍ଜନ ମହାଲିଙ୍ଗ, ରମେଶ ପଧାନ, ଆଶିଷ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.