jayashree

କେସିଙ୍ଗା ଏନ୍ଏସି ନିର୍ବାଚନ ପାଇଁ ବିଭିନ୍ନ ୱାର୍ଡର ସଂରକ୍ଷଣ ତାଲିକା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ୧୨ ଗୋଟି ୱାର୍ଡ ରହିଛି । ଏସବୁ ୱାର୍ଡରେ ଭୋଟର ସଂଖ୍ୟା ୧୪୨୦୫ ରହିଥିବା ବେଳେ ସେଥିରେ ମହିଳା ଭୋଟର ସଂଖ୍ୟା ୭୦୪୧, ପୁରୁଷ ଭୋଟର ସଂଖ୍ୟା ୭୧୬୩ ଏବଂ ଜଣେ ତୃତୀୟ ସମଲିଙ୍ଗ ଭୋଟର ରହିଥିବା ଜଣାପଡିଛି । ତେବେ ଚଳିତ ନିର୍ବାଚନ ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ଭାବରେ ଭୋଟର ଭୋଟ ଦେବାକୁ ବ୍ୟବସ୍ଥା ରହିଥିବା ବେଳେ କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି । ତେଣୁ ଅଧ୍ୟକ୍ଷ ପଦବୀକୁ ନେଇ ସହରର ବିଭିନ୍ନ ୱାର୍ଡର ଗଳି କନ୍ଦିରେ ବର୍ତ୍ତମାନ ରାଜନୀତି ଚର୍ଚ୍ଚା ହେଉଛି । ୧୨ ଗୋଟି ୱାର୍ଡ ପାଇଁ କାଉନ୍‌ସିଲର ପଦବୀକୁ ନେଇ ସ୍ଥାନ ସଂରକ୍ଷଣ ତାଲିକା ପୂର୍ବରୁ ପ୍ରକାଶ ପାଇଥିଲେ ମଧ୍ୟ କାଉନସିଲର ପଦବୀକୁ ନେଇ ସେତିକି ଆଲୋଚନା ବିଷୟ ହୋଇନାହିଁ । ୧୨ ଗୋଟି ୱାର୍ଡରେ କାଉନସିଲର ପଦବୀ ପାଇଁ ସଂରକ୍ଷିତ ରହିଥିବା ତାଲିକା ଅନୁସାରେ ପ୍ରକାଶ ଯେ, ୱାର୍ଡ ନମ୍ବର ୧, ୫, ୮, ୧୦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୱାର୍ଡ ନମ୍ବର ୨, ୩, ୬, ୭, ୧୧ ଅଣସଂରକ୍ଷିତ ରହିଥିବା ବେଳେ ୱାର୍ଡ ନମ୍ବର ୪ ପାଇଁ ଅନୁସୂଚିତ ଜାତି, ୱାର୍ଡ ନମ୍ବର ୯ ଅନୁସୂଚିତ ଜନଜାତି ମହିଳା ଓ ୱାର୍ଡ ନମ୍ବର ୧୨ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ପୈ।ର ନିର୍ବାଚନ ପାଇଁ ରାଜ୍ୟର ୧୦୭ ଗୋଟି ଏନ୍ଏସି/ମ୍ୟୁନିସିପାଲଟିରେ ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ଏନ୍ଏସିରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ କରିବାର ଆଜି ପ୍ରଥମ ଦିନରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଗୋଟି ନାମାଙ୍କନ ପତ୍ର ବିକ୍ରି ହୋଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶୂନ ରହିଥିବା ନେଇ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଜ୍ୟୋତିର୍ମୟ କର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.