ଜରାସିଂହା ଆର୍ଆଇ ଅଫିସ୍ରେ ୨୦ଦିନ ହେଲା ପଡ଼ିଛି ତାଲା : କର୍ମକର୍ତ୍ତାଙ୍କ ଦେଖା ମିଳୁନି, ନିରାଶ ହୋଇ ଫେରୁଛନ୍ତି ଲୋକେ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲ ଅର୍ନ୍ତଗତ ଜରାସିଂହା ଆର୍ଆଇ ଅଫିସରେ ୨୦ଦିନରୁ ଅଧିକ ହେଲା ତାଲା ପଡ଼ିଛି । ବିଭିନ୍ନ କାମରେ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଗତ ବୁଧବାର ଦିନରୁ ଆଜି ପର୍ୟ୍ୟନ୍ତ ଲାଗାତାର ଭାବେ ୪ ଦିନ ହେଲା ଜରାସିଂହା ପଞ୍ଚାୟତ ବଡ଼ଡ଼ୁଙ୍ଗୁରିପାଲି ଗାଁର କମଳ କୁମୁରା କୌଣସି କାମରେ ଆସୁଛନ୍ତି ଜରାସିଂହା ଆର୍ଆଇ ଅଫିସକୁ । ସେ ତାଙ୍କ କାମଧନ୍ଦା ସବୁ ଛାଡ଼ି ଆର୍ଆଇ ଅଫିସକୁ ଆସୁଥିଲେ ହେଁ ଅଫିସ ବନ୍ଦ ଯୋଗୁଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ କେହି ନ ଆସିବାରୁ ତାଙ୍କ କାମ ହୋଇ ପାରୁନାହିଁ । ଫଳରେ ନିରାଶରେ ଫେରୁଥିବା କହିଛନ୍ତି । ଲୋକଙ୍କ ସେବା ପାଇଁ ଥିବା ଆର୍ଆଇ ଅଫିସ୍ ୧୫ରୁ ୨୦ଦିନ ହେଲା ତାଲା ପଡ଼ିଛି, ଯାହାଫଳରେ ଜନସାଧାରଣ ହଇରାଣରେ ପଡ଼ୁଛନ୍ତି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।