କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସାଧାରଣ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଦଳୀମୁଣ୍ଡା ସ୍ଥିତ ନର୍ସରୀ ଠାରେ ତୈଳିକ ବୈଶ୍ୟ ସମାଜର ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ୧୪ ଗୋଟି ବ୍ଲକର ଶତାଧିକ ପୁରୁଷ ଏବଂ ମହିଳା ସଦସ୍ୟମାନେ ଉପସ୍ଥିତ ହୋଇଥିଲେ । ସଭାରେ ସଭାପତି ଓ ସଂପାଦକ ବିଗତ ୫ ବର୍ଷରେ କରାଯାଇଥିବା ସମସ୍ତ କାର୍ଯ୍ୟକଳାପର ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ସଭାରେ ୨୦୧୯ ମସିହାରୁ ୫ ବର୍ଷ ଦାୟିତ୍ୱରେ ଥିବା କମିଟିକୁ ଭଙ୍ଗ କରାଯାଇଥିଲା । ନୂତନ କମିଟି ଗଠନ କରିବାକୁ ନିର୍ବାଚନ ଦାୟିତ୍ୱରେ ପ୍ରମୁଖ ଭାବେ ବୈଷ୍ଣବ ଚରଣ ସାହୁ, ଅଙ୍ଗିରା ସାହୁ, ରବିନ୍ଦ୍ର ସାହୁ ଏବଂ ଶରତ ସାହୁଙ୍କୁ ଦାୟିତ୍ୱ ଦେଇଥିଲେ । ଏହି ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ସଦସ୍ୟମାନଙ୍କ ସହମତିରେ ନୂତନ ଭାବେ ସଭାପତି ଉମାକାନ୍ତ ସାହୁ, ଉପସଭାପତି ମିତ୍ରଭାନୁ ସାହୁ, ଗୌର ଚରଣ ସାହୁ ଓ ମହେଶ୍ୱର ସାହୁ, ସଂପାଦକ ପ୍ରଦୀପ ସାହୁ, ସହ-ସଂପାଦକ ଫିରୋଜ ସାହୁ, ଦେବେନ୍ଦ୍ର ସାହୁ, ହିମାଂଶୁ ସାହୁ, ସାଂଗଠନିକ ସଂପାଦକ ବିକାଶ ସାହୁ, କୋଷାଧ୍ୟକ୍ଷ ତ୍ରିନାଥ ସାହୁଙ୍କୁ ଉପସ୍ଥିତ ସଦସ୍ୟଙ୍କ ବିପୁଳ ସମର୍ଥନରେ ନିର୍ବାଚିତ କରିଥିଲେ । ଏହା ସହିତ ବୈଷ୍ଣବ ସାହୁଙ୍କୁ ଆଇନ ପରାମର୍ଶଦାତା ଓ ସାଂସ୍କୃତିକ ସଂପାଦକ ରବିନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦେଇଥିଲେ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଜିଲ୍ଲାର ପ୍ରତ୍ୟେକ ପ୍ରନ୍ତରୁ ଆସିଥିବା ପ୍ରମୁଖ ସଦସ୍ୟଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତତ୍‌ ମଧ୍ୟରୁ ଧୃବ ସାହୁ, ଚୈତନ୍ୟ ସାହୁ, ଦିଲିପ ସାହୁ, ଦେବଦତ୍ତ ସାହୁ, ହେମସାଗର ସାହୁ, ମୁକେଶ ସାହୁ, ଜଗଦିଶ ସାହୁ, ରାମଚନ୍ଦ୍ର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହା ସହିତ ଉପଦେଷ୍ଟା ଭାବେ ଅଙ୍ଗିରା ସାହୁ, ଶିବ ପ୍ରସାଦ ସାହୁ, ଟିକେଲାଲ ସାହୁ, ନରସିଂହ ସାହୁ, ମହେନ୍ଦ୍ର ସାହୁ, ଭଗବାନ ସାହୁ ଏବଂ ନେପାଲ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ନୂତନ ଭାବେ ଚୟନ ହୋଇଥିବା ସଦସ୍ୟମାନେ ଆଗାମୀ ଦିନରେ ତୈଳିକ ବୈଶ୍ୟ ସମାଜର ଉନ୍ନତି କରିବା ନିମନ୍ତେ ଶପଥବଦ୍ଧ ହୋଇଥିଲେ ଏବଂ ଉପସ୍ଥିତ ସମସ୍ତ ସଦସ୍ୟ ହର୍ଷ ଉଲ୍ଲାସରେ ସଭାରେ ଯୋଗଦାନ କରି ଆଗାମୀ ଭବିଷ୍ୟତର ମଙ୍ଗଳ କାମନା କରିଥିଲେ ।

Leave A Reply

Your email address will not be published.