ଗଞ୍ଜାମରେ ୩ୟ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିଶୁ ଦିବସ ଅବସରରେ ଗଞ୍ଜାମ ସହରର ହୋପ-ଟାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ ଗଞ୍ଜାମ ସହରସ୍ଥ ଭାରତୀ ବିଦ୍ୟାପୀଠ ସମ୍ମିଳନୀ କକ୍ଷରେ ୩ୟ କଲର ଵେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏକାଡେମୀ ପ୍ରଶିକ୍ଷକ ସି.ଏଚ. ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ଆନ୍ତର୍ଜାତିକ ରେଫରୀ ତଥା ରାଜ୍ୟ ସଂପାଦକ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା କରି ଆବଶ୍ୟକ ଉପଦେଶ ଓ ପରାମର୍ଶ ଦେଇଥିଲେ । ହୋପ-ଟାଏକୋଣ୍ଡୋ ଏକାଡେମୀର ସଭାପତି ଡି. ଗୋବିନ୍ଦ ରେଡ୍ଡୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଏକୋଣ୍ଡୋ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ । ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର କୋଚ ଇ. ଲଳିତ କୁମାର, ସଭାପତି ଅରୁଣ ରାଉଳ, ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀର କୋଚ ବାସୁ ନାୟକ, ଶ୍ୟାମାକାଳୀ ଯୁବ ସଂଘ ସଭାପତି ଏସ. ଯୁଧିଷ୍ଠିର ରେଡ୍ଡୀ ମଞ୍ଚାସୀନ ଥିଲେ । ଏହି ପରୀକ୍ଷାରେ ୮୦ ଜଣ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.