ବଲାଙ୍ଗିର ଜିଲ୍ଲାପାଳଙ୍କ ଖରାଲି ସିଦ୍ଧିକ୍ଷେତ୍ର ବ୍ରାହ୍ମଣୀ ପାହାଡ ପରିଦର୍ଶନ : ଉନ୍ନୟନ କାର୍ଯ୍ୟ ତଦାରଖ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଖରାଲି ଗ୍ରାମସ୍ଥିତ ରହେନଚୁଆଁମୁଣ୍ଡା ସିଦ୍ଧିକ୍ଷେତ୍ର ବ୍ରାହ୍ମଣୀ ପାହାଡ଼କୁ ବୁଧବାର ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ । ତାଙ୍କ ସହିତ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ ଖତ୍ରି, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂଣ୍ଣାନନ୍ଦ ପଟେଲ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ଦଳାଇ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ଟ୍ରଷ୍ଟ ସଭାପତି ହଂସରାଜ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବଡ଼ଭାଇ ପୁରନ୍ଦର ବାଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅବିନାଶ ମୁଦି, କନିଷ୍ଠ ଯନ୍ତ୍ରୀ ଦେବାନନ୍ଦ ମେହେର, ମାଳିଶିରା ସରପଞ୍ଚ ଦେବରାଜ ପାତ୍ର, ବିପିଏମ୍‌ ଗୋପାଳକୃଷ୍ଣ ଦୀପ, ଗଙ୍ଗାଧର ହେର୍ଣ୍ଣା, ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଉଦ୍ୟମ ତଥା ସଦସ୍ୟ ହଂସରାଜ ଜୈନଙ୍କ ପ୍ରଚେଷ୍ଟାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗରୁ ଅନୁମୋଦନ ପାଇଥିବା ମୋଟ ଟ.୪୬ ଲକ୍ଷ.୨୦ ହଜାର ଟଙ୍କାର ଅନୁଦାନ କାର୍ଯ୍ୟକୁ ଉଚିତ ରୂପେ କାର୍ଯ୍ୟକାରୀ କରି ଏହି ପର୍ଯ୍ୟଟନ କ୍ଷେତ୍ରର ଆହୁରି ଉନ୍ନତିକରଣ କରିବାର ଯୋଜନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଳିଶିରାର ପୂର୍ବତନ ସରପଞ୍ଚ କ୍ଷିତିପତି ମହାକୁର, ଟ୍ରଷ୍ଟି ସବ୍ୟସାଚି ବେହେରା, ଟ୍ରଷ୍ଟି କିଶୋର ବେହେରା, ସମ୍ପାଦକ ପୁଲସ୍ତି ବେହେରା, ଟ୍ରଷ୍ଟି ଦେବେନ୍ଦ୍ର ମେର୍ଲି, ଆଇନଜୀବୀ ରଏବାରୁ ପୁଟେଲ, ବିଜେଡ଼ି ନେତା ସିଦ୍ଧେଶ୍ଵର ଦାସ, ବିଜେପି ନେତା ବାଳକୃଷ୍ଣ ପୁଟେଲ, ଲାଲୁ ପୁଟେଲ, ସୁଜିତ କୁମାର ବେହେରା, ଭୁଲା ବେହେରା, ରାମୁ ନିଆଲ, ରୋହିତ ପଧାନ, ନେତ୍ର ମେର୍ଲିଙ୍କ ସହିତ ବହୁ ମାତ୍ରାରେ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ଇସଲୱାର ଏହା ପରେ ଲେବଡା ପଞ୍ଚାୟତ ଟଟୋପଡ଼ା ଗ୍ରାମର ବସୁଧା ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି ସମୟରେ ବଲାଙ୍ଗିର ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ରୌପ୍ୟରଞ୍ଜନ ବେହେରା, କଣ୍ଟାବାଞ୍ଜି ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବାଗେ, ମୁରିବାହାଲ ସହକାରୀ ଯନ୍ତ୍ରୀ ସରୋଜ କୁମାର ସେଠ ଓ କନିଷ୍ଠଯନ୍ତ୍ରୀ ସନ୍ଦୀପ ଯୋଜୋ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.