om academy

ଚକ୍ରଧରପୁର ଏସିଏମ୍‌ ବିନିତ କୁମାରଙ୍କ ରାଉରକେଲା ରେଳ ଷ୍ଟେସନ ତଦାରଖ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନର ସହକାରୀ ବାଣିଜ୍ୟିକ ଅଧିକାରୀ ବିନିତ କୁମାର ରାଉରକେଲା ଗସ୍ତରେ ଆସି ରେଳ ଷ୍ଟେସନର ବିଭିନ୍ନ କାର୍ଯ୍ୟକୁ ତଦାରଖ କରିବା ସହ ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ହକି ବିଶ୍ୱ କପକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନକୁ ସଫା ସୁତୁରା, ରାଉରକେଲାକୁ ଆସୁଥିବା ଟ୍ରେନ୍‌ ଗୁଡିକରେ ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ବଗି ଯୋଡିବା, ଷ୍ଟେସନ ପରିସରରେ ଅସ୍ଥାୟୀ ଚିକିତ୍ସା ଶିବିର, ସୌନ୍ଦର୍ଯ୍ୟକରଣ, ପାର୍କିଂ ସୁବିଧା ଓ ଅଟୋ ଚାଳକଙ୍କ ସମସ୍ୟା, ଅବୈଧ ଟିକେଟ ବିକ୍ରିକୁ ରୋକିବା ଓ ଅଣସ୍ୱୀକୃତ ଭେଣ୍ଡିଂକୁ ପ୍ରଶୟ ନଦେବା ନେଇ ସେ ଆଲୋଚନା କରିଥିଲେ । ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଥିଲେ । ସେହିପରି ଦ୍ୱିତୀୟ ପ୍ରବେଶ ପଥ ନିକଟରେ ଥିବା ଟିକେଟ୍ କାଉଣ୍ଟରକୁ ଶୀଘ୍ର ଖୋଲିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନ ମିଶ୍ର, ବନ୍ଧମୁଣ୍ଡାର ଏରିଆ ମ୍ୟାନେଜର ରାଜକିଶୋର ମହାନ୍ତି ଓ ରାଉରକେଲା ଷ୍ଟେସନର ମୁଖ୍ୟ ପ୍ରବନ୍ଧକ ପ୍ରଭାସ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.