om academy

ଲାଞ୍ଚ ନେବା ଭିଡ଼ିଓ ଭାଇରାଲ : ପାଟଣାଗଡ଼ ଏସଡ଼ିଏମଓଙ୍କୁ ବଦଳି, ତଦନ୍ତ ନିର୍ଦ୍ଦେଶ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ ପଟଣାଗଡ଼ ଏସ୍ଡ଼ିଏମଓ ବାଚସ୍ପତି ଦାଶ ଲାଞ୍ଚ ନେଉଥିବା ସଂକ୍ରାନ୍ତରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଆଜି ଏହି ଘଟଣାରେ କାର୍ୟ୍ୟାନୁଷ୍ଠାନ ପୂର୍ବକ ଡା. ବାଚସ୍ପତି ଦାଶଙ୍କୁ ବଲାଙ୍ଗିର ବଦଳି କରାଯିବ ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ କରିଛନ୍ତି ବଲାଙ୍ଗିର ସିଡ଼ିଏମଓ ଭୀମ ସାହୁ । ଡା. ଦାଶଙ୍କୁ ନେଇ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଥିବା ବେଳେ କ୍ୟାମେରା ସାମ୍ନାରେ ଧର ପଡିବା ପରେ କେବଳ ବଦଳିକୁ ଲୋକେ ଗ୍ରହଣ କରି ପାରୁନାହାନ୍ତି । ସେହିପରି ବଲାଙ୍ଗିର ଭୀମ ଭୋଇ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ କାମ କରୁଥିବା ଆଟାଡେଣ୍ଟ ସଚିକାନ୍ତ ମିଶ୍ର ବ୍ୟାଣ୍ଡେଜ ଖୋଲିବା ବାବଦକୁ ଲାଞ୍ଚ ମଗୁଥିବା ଏକ ଭିଡ଼ିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା । ଏହି ଘଟଣାରେ ତାଙ୍କୁ ନିଲମ୍ବନ କରାଯାଇଥିବା ସିଡ଼ିଏମଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ତେବେ ସମାନ ଘଟଣାରେ ଡାକ୍ତରଙ୍କୁ ବଦଳି ଓ ଆଟାଣ୍ଡେଣ୍ଟଙ୍କୁ ନିଲମ୍ବନ ନିଷ୍ପତ୍ତି ବିଭାଗୀୟ ପ୍ରିୟାପ୍ରୀତିକୁ ଉଜାଗର କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.