ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପାଟାଙ୍ଗି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଟିକା କରଣ କରାଯାଇଥିଲା । ଏହି ଟୀକା ନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣାରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ଶିକ୍ଷାଧିକାରୀ ରାଜେଶ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟରୁ ଏବିଇଓ ଗୋକୁଳାନନ୍ଦ ନାୟକ, ବନମାଳୀ ମାଝୀ ଏବଂ କିରିକୁଟି ସିଆରସିସି ରାକେଶ କୁମାର ସାହୁ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନାମା ପ୍ରଧାନଙ୍କୁ ପଚରାଉଚରା କରିଛନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ଡିପିଟି ଏବଂ ଟିଟି ଟୀକାକରଣ କରାଯାଇଥିଲା । ତେବେ ଉକ୍ତ ବିଦ୍ୟାଳୟର ୬ ଛାତ୍ରଛାତ୍ରୀ ଶୁକ୍ରବାର ମଧ୍ୟାହ୍ନରେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । କାହାର ଛାତି ବ୍ୟଥା ତ ଆଉ କାହାର ମୁଣ୍ଡ ପିଠି ଦେହ ବ୍ୟଥା ଏବଂ ଜ୍ୱର, ଥଣ୍ଡା ଆଦି ଦେଖିବାକୁ ମିଳିଥିଲା । ସମସ୍ତ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିକଟରେ ଥିବା ଅଙ୍ଗନାୱାଡି କର୍ମୀ ଲତିକା ପ୍ରଧାନ ଓ ଅଭିଭାବକମାନଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ତେବେ ଏହାର ତଦନ୍ତ ବେଳେ ୨ ଅଧିକାରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ ଯେ, ତାଙ୍କୁ ମିଶାଇ ଦୁଇଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛୁ । ସେ ଜଣେ ବିଦ୍ୟାଳୟରେ ଉପସ୍ଥିତ ଥିବା ବେଳେ ଆନ୍ୟଜଣେ ଛୁଟିରେ ଯାଇଥିବା ଅଧିକାରୀଙ୍କୁ ସେ ଅବଗତ କରାଇଥିଲେ ତେବେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ବେଳେ ଛୁଟିରେ ଯାଇଥିବା ସହକାରୀ ଶିକ୍ଷକଙ୍କ ଛୁଟି ଦରଖାସ୍ତରେ ପ୍ରଧାନ ଶିକ୍ଷୟତ୍ରୀ କୌଣସି ଅନୁମୋଦନ ଦସ୍ତଖତ ନ ଥିବାରୁ ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତଦନ୍ତ ଅବ୍ୟାହତ ରଖିଥିଲେ ।