ପାଣ୍ଡିଆନ୍‌ ବାବୁଙ୍କ ହେଲିକ୍ୟାପ୍ଟରରେ ବୁଲିବା ଖର୍ଚ୍ଚର ହେବ ତଦନ୍ତ : ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ

  • ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୪ ସାଧାରଣ ନିର୍ବାଚନ ପ୍ରଚାରରେ ଏବଂ ତାହାର ଅନେକଗୁଡ଼ିଏ ଦିନ ପୂର୍ବରୁ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପାଣ୍ଡିଆନ୍‌ ବାବୁ ଅନେକ ଥର ହେଲିକ୍ୟାପ୍ଟରେ ଗସ୍ତ କରିଥିଲେ । ଏହାକୁ ନେଇ ନବନିର୍ବାଚିତ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗଭୀର ଭାବେ ଚିନ୍ତା ପ୍ରକଟ କରି ବଡ଼ ବୟାନ ଦେଇଛନ୍ତି । ଏବେ ହେଲିକ୍ୟାପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ହେବ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ । ଭିକେ ପାଣ୍ଡିଆନ୍‌ଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷରୁ ଅଯଥା ଖର୍ଚ୍ଚ କରି ସରକାରଙ୍କ ଟଙ୍କା ଲୁଣ୍ଠନ କରିବେ । ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛନ୍ତି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଏନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର ଏହାର ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିବହନ ବିଭାଗ କହିଛି । ଯାହାକି,ଏହା ଏକ ପ୍ରକ୍ରିୟା, ହେଲିକ୍ୟାପ୍ଟର କିଏ ନେଇ ପାରିବ ଏହାର ଏକ ବିଧିବଦ୍ଧ ନିର୍ଦ୍ଧାରଣ ଅଛି । ସମ୍ପୂର୍ଣ୍ଣ ବିଧିର ଯେ’ ଉଲ୍ଲଂଘନ କରେ ତା’ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ । ଏ ଘଟଣାର ଆଉ ପୁନରାବୃତ୍ତି ନହେଉ । ଆମ ସରକାର ଏ ନେଇ ପ୍ରତିଶ୍ରୁତି ବଦ୍ଧ । ଯିଏ ଦୋଷ କରିଛି ତା’ ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ଜନସାଧାରଣ ମଧ୍ୟ ଏହାକୁ ମଧ୍ୟ ଚାହିଁ ରହିଛନ୍ତି ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ।

Leave A Reply

Your email address will not be published.