om academy

ମମିତା ମେହେର ହତ୍ୟା କାଣ୍ଡ : ସିବିଆଇ ତଦନ୍ତ କଲେ ଲକ୍ଷ୍ମଣ ବାଗ

jsm

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ଏକ ଟିମ୍ ରବିବାର ଦିନ ତୁରେକେଲା ଥାନା ଝରନି ଗ୍ରାମକୁ ଯାଇଥିଲେ । ମହଲିଂଗ ସନ୍ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା କାଣ୍ଡର ସିବିଆଇ ତଦନ୍ତ କରିବା ନେଇ ବିଧାନ ସଭାରେ ଦାବୀ କରିବେ ବୋଲି କହିଛନ୍ତି । ଏପରି କି ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କୁ କେଉଁ ମାନଙ୍କ ପ୍ରଚ୍ଛଦ ପଟ୍ଟ ସହାୟତା ଥିଲା ସେମାନଙ୍କୁ ମଧ୍ୟ ପର୍ଦ୍ଦାଫାଶ କରିବୁ ବୋଲି ବିଧାୟକ ବାଗ କହିଥିଲେ । ଏହି ପ୍ରତିନିଧି ଦଳରେ ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି ଅକ୍ଷୟ ମେହେର ବେଦବ୍ୟାସ ନାଗ ତୁରେକେଲା ସରପଞ୍ଚ ଜଳନ୍ଧର ମହାଖୁଡ ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.