ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଜୋର୍‌ସୋର୍‌ ତଦନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଜୋର୍‌ସୋର୍‌ ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଣ୍ଟନ କେନ୍ଦ୍ରକୁ ଯାଇ ନଗର ଉନ୍ନୟନ ବିଭାଗର ତଦନ୍ତକାରୀ ଟିମ୍‌ ତଦନ୍ତ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା ନଗର ଉନ୍ନୟନ ବିଭାଗର ପି.ଡ଼ି.ସୁଦର୍ଶନ ସାଏଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏକ ୭ ଜଣିଆ ଟିମ୍‌ ପୁରା ଘଟଣାର ତଦନ୍ତ କରୁଛନ୍ତି । ଆଜି ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଣ୍ଟନ କେନ୍ଦ୍ରକୁ ତଦନ୍ତକାରୀ ଟିମ୍‌ ପହଂଚି ତଦନ୍ତ କରିଥିଲେ । କେତେ ଷ୍ଟକ ଅଛି, ଚାଉଳ ଠିକ୍‌ରେ ବଣ୍ଟନ କରାଯାଉଛି ନା ନାହିଁ, ସେ ନେଇ ତଦନ୍ତ କରିଛି ଟିମ୍‌ । ତେବେ ତଦନ୍ତ ରିପୋର୍ଟ ପାଇବା ପରେ ଦୋଷୀ ବିରୋଧରେ ଜିଲ୍ଲା ପ୍ରସାଶନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.