ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଗଠନ

କଟକ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଅତିରିକ୍ତ ଡିଜି ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି । ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଝାରସୁଗୁଡା ଜିଲ୍ଲା ଅଭିମୁଖେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ବାହାରିଛନ୍ତି ।

ତଦନ୍ତକାରୀ ଟିମ ଗୁଳିକାଣ୍ଡ ସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଗୁଳିମାଡ଼ ହେଲା ଏବଂ ଗୁଳିମାଡ଼ର କାରଣ ଖୋଜି ବାହାର କରିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷରେ କାର୍ଯ୍ୟକ୍ରମ ସ୍ଥଳରେ ପୁଲିସ ପକ୍ଷରୁ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଓ ସୁରକ୍ଷା ବନ୍ଦୋବସ୍ତ ଠିକ୍‌ ଥିଲା କି ସେ ସବୁର ତଦନ୍ତ କରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.