oum

ନିଜ ଜନ୍ମ ମାଟିକୁ ଫେରିଲେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ନିଜ ମାଟି ବରଗଡ ଜିଲ୍ଲା ଅତାବିରାରେ ପହଞ୍ଚିଛନ୍ତି । ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ୱାଗତ କରାଯାଇଥିଲା । ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ ସୁନାପୁଅ ପ୍ରମୋଦଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ତେବେ ଜନ୍ମମାଟିକୁ ପହଞ୍ଚିବା ପରେ ପ୍ରମୋଦ ବହୁତ ଖୁସି ଥିବା କହିଛନ୍ତି ।

Leave A Reply

Your email address will not be published.