ଅନନ୍ୟ କାର୍ଯ୍ୟକ୍ରମ ‘ ସ୍ୱୟଂସିଦ୍ଧା’ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କରିବା ଓ ଶିଖିବା’ ଏହି ଉକ୍ତିର ସଫଳ ରୂପାୟନ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରରେ ଏକ ଅନନ୍ୟ କାର୍ୟ୍ୟକ୍ରମ ‘ସ୍ୱୟଂସିଦ୍ଧା’ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ହେଇଥିବ ଜୀବବିଜ୍ଞାନ, ଭୌତିକ ବିଜ୍ଞାନ, ଗଣିତ, ଭୂଗୋଳ, ଇତିହାସ ଆଦି ଵିଷୟର ୨୧ ଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ମନୋରଞ୍ଜନ ସିଂହ ବାରିହା, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ ତ୍ରିବିକ୍ରମ ପାଣିଗ୍ରାହୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଏହି ସ୍କୁଲକୁ ‘Center of Excellence’ ଘୋଷିତ ହୋଇ ଥିବାରୁ ମୁଖ୍ୟ ଅତିଥି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଆଦେଶର କପି ଦେଇ ସମ୍ମାନିତ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ‘ପରୀକ୍ଷ ଦର୍ପଣ’କୁ ଛାତ୍ରୀ ମଧ୍ୟରେ ବଣ୍ଟନ କରାଗଲା । ଏହି କାର୍ୟ୍ୟକ୍ରମକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.