ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ବାତିଲ୍‌ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍‌ ଆଜିଠାରୁ ଚଳାଚଳ କରିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ବାତିଲ୍‌ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍‌ ଆଜିଠାରୁ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉନ୍ନତି ଆସିବା ହେତୁ ଟ୍ରେନ୍ ଚଳାଚଳର ନିରାପତ୍ତା ସମୀକ୍ଷା କରାଯିବା ପରେ ବୁଧବାର ସନ୍ଧ୍ୟାଠାରୁ ଗୁଡ୍‌ସ ଟ୍ରେନ୍ ଚଳାଚଳ କରିଛି । ଗୁରୁବାରଠାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ। ବାତ୍ୟାକୁ ନଜରରେ ରଖି ରେଳପଥ ପକ୍ଷରୁ ଖଡ଼ଗପୁର-ବିଶାଖାପାଟଣା ରେଳ ସେକ୍ସନରେ ୧୨୪ଟି ଟ୍ରେନକୁ ବାତିଲ କରାଯାଇଥିଲା । ଟ୍ରାକ୍ ଓ ବ୍ରିଜ୍ ଇଞ୍ଜିନିୟର୍ସ, ଓଭର ହେଡ୍ ଇଲେକ୍ଟ୍ରିସିଟି ଇଞ୍ଜିନିୟର୍ସ ସମେତ ରେଲୱେ ଟିମ୍‌ ଭୁବନେଶ୍‌ଶ୍ୱର ଓ ଖଡ଼ଗପୁର ମଧ୍ୟରେ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.