ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁର ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର : ମାନବ ସେବା ହିଁ ମାଧବ ସେବା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାଠାରେ ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ଏବଂ ଏନ୍.ଏଚ.ଏମ୍.ଏମ୍.ଆଇ ନାରାୟଣ ମଲ୍ଟି ସ୍ପେସିଆଲିଷ୍ଟି ହସ୍ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଛି । ପ୍ରଥମେ ମା’ ଦ୍ୱାରସେନୀ ଓ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସମାରୋହରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ଶିବିର ଆୟୋଜନର ମହତ୍ତ୍ଵ ଓ ଏହାର ସୁବିଧା ନେବା ପାଇଁ ଲୋକଙ୍କୁ ସଚେତନ କରିବା ସହ ବିଜୁ ସ୍ବାସ୍ଥ୍ୟ କାର୍ଡକୁ କିପରି ଅପବ୍ୟବହାର କରାଯାଉଛି, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଲୋକମାନଙ୍କୁ ବୁଝାଇଥିଲେ । ସାମ୍ବାଦିକମାନେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସେମାନଙ୍କୁ ପ୍ରସଂଶା କରିଛନ୍ତି ବିଧାୟକ । ମାନବ ସେବା ହିଁ ମାଧବ ସେବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଅଜିତ କୁମାର ଯୋଶୀ, କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, ଶିକ୍ଷାବିତ ଡ଼ଃ ନାରାୟଣ ମିଶ୍ର, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଉପସଭାପତି ଅନିଲ ତ୍ରିପାଠୀ, ସହ ସମ୍ପାଦକ ଦିନେଶ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସଂଘର ସଂପାଦକ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ ମଞ୍ଚ ପରିଚାଳନା କରିଥିଲେ । ନାରାୟଣ ହସ୍ପିଟାଲର କିଡ଼ନି ରୋଗ ବିଶେଷଜ୍ଞ ସୁନୀଲ ଧର୍ମାନୀ, ହୃଦୟ ରୋଗ ବିଶେଷଜ୍ଞ ସ୍ନେହୀଲ ଗୋସ୍ୱାମୀ ଓ ଅର୍ଥ ପେଡିକ ସ୍ପେସିଆଲିଷ୍ଟ ବିଶେଷଜ୍ଞ ପଙ୍କଜ କୁମାର ପଟେଲ, ଡ଼ଃ ଭୂଷଣ ସାହୁ, ଡ଼ଃ ଗଜେନ୍ଦ୍ର ଚୌଧୁରୀ ଯୋଗ ଦେଇ ବହୁ ଦୂରଦୂରାନ୍ତରୁ ଆସିଥିବା ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିଲେ । କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଆଇନ ପରାମର୍ଶଦାତା ହେମନ୍ତ କୁମାର ନାଏକ, ଉପଦେଷ୍ଟା ଅଶୋକ ଖମାରୀ, ଅର୍ଦ୍ଧେନ୍ଦୁ ଦାସ ଯାଦବ, ସଦସ୍ୟ ସୁଶାନ୍ତ ବେହେରା, ସୁଶାନ୍ତ ଥନାପତି, ବଂଶୀଧର ବେହେରା, ସୁଦାମ ବେହେରା, କୋଶଲି କବି ଭକ୍ତବନ୍ଧୁ ବେହେରା, ଆନନ୍ଦ ଅଗ୍ରୱାଲ, ରଞ୍ଜନ ସରାଫ, ରିଚୁ ପଣ୍ଡା, କଲେଜ ରେଡକ୍ରସ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁ, ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ରର ନବୀନ ଶ୍ରୀବାସ, ଅନିଲ ପୋଇଡା, ଖୋମେସ୍ୱର ଲେହେଁରେ, ତରୁନେନ୍ଦ୍ର ସିଂ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ନାରାୟଣ ହସ୍ପିଟାଲର ବିଶେଷଜ୍ଞ ସମୂହ, ସାମ୍ବାଦିକ ସଂଘର କର୍ମକର୍ତ୍ତାଗଣ ସହଯୋଗ କରିଥିଲେ । ୩୮୯ ଜଣ ବିଭିନ୍ନ ରୋଗର ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.