ବରପାଲିଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ବରପାଲି ଗ୍ରାମଠାରେ ଜୟ ଭାରତ ଆଇକନ ହେଲଥ କେୟାର ଅନୁଷ୍ଠାନ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିଥିଲେ ଏହା ସହିତ ସେଠାରେ ଏକ ଆୟୁର୍ବେଦିକ ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ । ଡ଼ ଡମ୍ବରୁଧର ଦେବତା ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ବରପାଲି ଭଲି ଏକ ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରୁଥିବାରୁ ମୁଖ୍ୟଅତିଥି ଖୁସି ହୋଇଥିଲେ ଓ ଆୟୋଜକ ଜୟ ଭାରତ ଆଇକନ ହେଲଥ କେୟାର ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଜୟ ଭାରତ ତରଫରୁ ରାଜ୍ୟ ପରାମର୍ଶଦାତା ଧର୍ମେନ୍ଦ୍ର ଦୀପ ଅନୁଷ୍ଠାନ ବିଷୟରେ ଲୋକଙ୍କୁ କହିବା ସହ ଆଗାମୀ ଦିନରେ ଅନେକ ଗୁଡ଼ିଏ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ସଞ୍ଜିବ କୁମାର ମେହେର ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିରକୁ ଆଖପାଖ ଅଞ୍ଚଳର ବହୁ ରୋଗୀ ଆସି ମାଗଣା ଚିକିତ୍ସା ପରୀକ୍ଷା କରାଇଥିଲେ ।

Leave A Reply

Your email address will not be published.